ଦୁଇଟି ସ୍ଥାନରେ ଏକା ସମୟରେ ‘ରଘୁନାଥ’ ବସ୍ ଦୁର୍ଘଟଣା ; ଜଣେ ମୃତ, ୧୨ ଆହତ

Published By : Prameya-News7 Bureau | January 30, 2021 IST

ବଲାଙ୍ଗୀର/ରାୟଗଡା : ଦୁର୍ଘଟଣାରେ ବି ଅଜବ ସଂଯୋଗ । ବସ୍‌ର ନାମ ଗୋଟିଏ, କିନ୍ତୁ ଭିନ୍ନ ଭିନ୍ନ ସ୍ଥାନରେ ଘଟିଛି ଦୁର୍ଘଟଣା ।  ଦୁର୍ଘଟଣାର ସମୟ ମଧ୍ୟ ପାଖାପାଖି ସମାନ ରହିଛି । ଶନିବାର ସକାଳ ସମୟରେ ରାଜ୍ୟର ୨ଟି ସ୍ଥାନରେ ୨ଟି ଦୁର୍ଘଟଣା ଘଟିଛି । ଗୋଟିଏ ଦୁର୍ଘଟଣା ବଲାଙ୍ଗୀରରେ ହୋଇଥିବା ବେଳେ ଅନ୍ୟଟି ରାୟଗଡ଼ା ମୁନିଗୁଡ଼ାରେ ଘଟିଛି । ଦୁର୍ଘଟଣାଗ୍ରସ୍ତ ୨ଟି ବସ୍‌ର ନାମ ‘ରଘୁନାଥ’ । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଉଦ୍ଧାର କରି ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁଠି କେଉଁଠି ଘଟିଛି ଦୁର୍ଘଟଣା…

ବଲାଙ୍ଗିରରେ  ଶନିବାର ଦିନ ସକାଳ ସମୟରେ  ରଘୁନାଥ ନାମକ ଏକ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ  ୫ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଅନ୍ଯ ସମସ୍ତ ଯାତ୍ରୀ। ଝରିଗାଁ ରୁ କଟକ ଅଭିମୁଖେ ଯାଉଥିବା ବସ୍‌ଟି ବଲାଙ୍ଗିର ମାମୁଁ ଢାବା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତ ଗତି ଓ ଡ୍ରାଇଭରଙ୍କ ଭୁଲ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଟାରେ ତାଙ୍କ ଚିକିତ୍ସା ଜାରି ରହିଛି ।

{"id":400812,"sizeSlug":"large","linkDestination":"none"}
ବଲାଙ୍ଗୀର ନିକଟରେ ଦୁର୍ଘଟଣାଗ୍ରସ୍ତ 'ରଘୁନାଥ' ବସ୍

ସେହିପରି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗାଁ ନିକଟରେ ଏକ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ସେହି ବସ୍‌ର ନାମ ମଧ୍ୟ ରଘୁନାଥ । ଆଜି ଭୋର ସମୟରେ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି ।  ମୃତକ ହେଲେ ନୟାଗଡ଼ ଜିଲ୍ଲାର ରମେଶ ଜେନା । ଦୁର୍ଘଟଣାରେ ୭ଜଣ ଗୁରୁତରଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

{"id":400796,"sizeSlug":"large","linkDestination":"none"}
ରାୟଗଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ 'ରଘୁନାଥ' ବସ୍‌

ଘରୋଇ ବସ୍ ରଘୁନାଥ ବଡମ୍ବା ନରସିଂହପୁରରୁ ଜୟପୁର ଯାଉଥିବା ବେଳେ ରାସ୍ତା କଡରେ ଓଲଟି ପଡିଥିଲା । ଘଟଣା ସ୍ଥଳରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.