ବସ୍‌ ମରାମତି ବେଳେ ଖସିଗଲା ଜ୍ୟାକ୍‌ ପିନ୍‌, ଚାଲିଗଲା ଡ୍ରାଇଭରଙ୍କ ଜୀବନ

Published By : Prameya-News7 Bureau | December 07, 2021 IST

ଭବାନୀପାଟଣା ୦୭।୧୨: ଅଘଟଣ । ବସ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଶାହାଣ୍ଡି ଗାଁର ଦେବେନ୍ଦ୍ରନାଥ ପଟ୍ଟନାୟକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଭବାନୀପାଟଣା ସଦର ଥାନା ଗୋବରା ରାସ୍ତାରେ କଣ୍ଟାବାଞ୍ଜିରୁ ନବରଙ୍ଗପୁର ଅଭିମୁଖେ ଯାଉଥିଲା ଘରୋଇ ବସ୍‌ ସଂଗୀତା । ଗାଡ଼ି ଖରାପ ହୋଇଯିବାରୁ ଡ୍ରାଇଭର ବସ୍‌ ଓହ୍ଲାଇ ସଜାଡୁଥିଲେ । କିନ୍ତୁ ଗାଡ଼ିର ଜ୍ୟାକ୍‌ ଖସିପଡିବାରୁ ଡ୍ରାଇଭର ଜଣଙ୍କ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।  କିଛି ସମୟରେ ପରେ ସ୍ଥାନୀୟ ଲୋକେ ସଦର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ଘଟଣାରେ ତଦନ୍ତ ମଧ୍ୟ ଆରମ୍ଭ କରିଛି ସଦର ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.