ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

Published By : Prameya-News7 Bureau | May 04, 2020 IST

ଭଦ୍ରକ ୦୪।୦୫: ଟ୍ରେନ ରେ ଆସୁଥିବା ପ୍ରବାସୀ ଓଡ଼ିଆ ଙ୍କୁ ନେବାକୁ ଯାଉଥିଲା ବସ୍‌ । କିନ୍ତୁ ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡ଼ିଲା । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘଟିଛି ଦୁର୍ଘଟଣା ।

{"id":264344,"sizeSlug":"large"}

ସୂଚନାଯୋଗ୍ୟ ଯେ, ଟ୍ରେନ ଯୋଗେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ବାଲେଶ୍ୱର ଜିଲ୍ଲାରୁ ଆଶୀର୍ବାଦ ନାମକ ଏକ ଘରୋଇ ବସ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଭଣ୍ଡାରିପୋଖରୀ ଥାନା ଆସାମ ପେଟ୍ରୋଲ ଟାଙ୍କି ନିକଟରେ ବସ ଟି ଭାରସାମ୍ୟ ହରାଇ ରାସ୍ତା କଡ଼ କୁ ଓଲଟି ପଡିଥିଲା । ଦୁର୍ଘଟଣା ସମୟ ରେ ବସ ରେ ଡ୍ରାଇଭର ଓ ହେଲପର ଥିଲେ । ଦୁଇଜଣ ସୁସ୍ଥ ଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.