ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ

Published By : Prameya-News7 Bureau | March 02, 2021 IST

ମହାକାଳପଡା, ୦୨|୦୩ : ଓଲଟିଲା ବସ୍‍ । ୩ ଗୁରୁତର । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୬ ଯାତ୍ରୀ । ଏପରି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ କୁମାରୁଣି ନିକଟରେ ।

ସୂଚନାନୁସାରେ, ପ୍ରିନ୍ସ ନାମକ ଏକ ଘରୋଇ ବସ୍ କଟକ ଅଭିମୁଖେ ଯାଉଥିଲା । କିନ୍ତୁ କୁମାରୁଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଥିବା ୪୬ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବସ୍ ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଁଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ତେବେ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇପଡିଛନ୍ତି । ସେମାନଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.