ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ୧୦ରୁ ଅଧିକ ଯାତ୍ରୀ ଗୁରୁତର

Published By : Prameya-News7 Bureau | February 02, 2020 IST

ଜଳେଶ୍ବର ୦୨।୦୨: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୦ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟେ ଯେ, ବସ୍ତା ଥାନା ଅନ୍ତର୍ଗତ ପଦିମା ଗ୍ରାମର ୨୦ରୁ ଅଧିକ ବରଯାତ୍ରୀଙ୍କୁ ନେଇ ଏକ ପିକ୍‌ଅପ୍‌ ଭ୍ୟାନରେ ଜଳେଶ୍ବର ଥାନା ଅନ୍ତର୍ଗତ ସରସିଦା ଗ୍ରାମକୁ ଯାଉଥିଲେ । ତେବେ ଯାତ୍ରା କରୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ରାସ୍ତା କଡକୁ ପିକଅପ ଭ୍ୟାନଟି ଓଲଟି ପଡିବାରୁ ଗାଡିରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୧୦ରୁ ଅଧିକ ବରଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।  ସ୍ଥାନୀୟ ଲୋକେ ଆହତ ମାନଙ୍କୁ ନିକଟସ୍ଥ ଜଳେଶ୍ବର ମେଡିକାଲରେ ଭର୍ତ୍ତି କରିଛନ୍ତି । ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.