ରାସ୍ତାକଡ ପଥରରେ ପିଟିହେଲା ବସ୍ : ୯ମୃତ, ଅନେକ ଆହତ

Published By : Prameya-News7 Bureau | February 16, 2020 IST

ବେଙ୍ଗାଲୁରୁ ୧୬।୦୨: କର୍ଣ୍ଣାଟକ ଉଡ୍ଡୁପି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରାକାର୍ଯ୍ୟରେ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମେସୁରୀରୁ ଏକ ଘରୋଇ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ନେଇ ଯାତ୍ରାରେ ବାହାରିଥିଲେ । କିନ୍ତୁ ରାତିରେ ଗାଡି ଚଳାଉଥିବା ସମୟରେ ରାସ୍ତାକଡରେ ଥିବା ଏକ ପଥର ବା ଚଟାଣରେ  ହଠାତ୍‌ ଧକ୍କା ହୋଇଥିଲା । ତେବେ ବସ୍‌ଟି ଧକ୍କା ହେବା ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଛି । ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅନେକ ଆହତ ହୋଇଥିବା ଜଣାପଡିଛି । ମୋଟ ୩୫ଜଣ ଯାତ୍ରୀଙ୍କୁ ନେଇ ଯାତ୍ରୀ କରୁଥିଲା ବସ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.