Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||
  • ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୬ ଜଣଙ୍କ ଜୀବନ
  • ||
  • ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୫୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ସୋର : କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ବେକ ଓ ଆଖି ପତାରେ ରହିଛି କ୍ଷତ ଚିହ୍ନ
  • ||

ରାୟପୁରରେ ଓଡ଼ିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣା ଘଟଣା : ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଘଟଣାସ୍ଥଳକୁ ଯିବା ଲାଗି ଶ୍ରମମନ୍ତ୍ରୀଙ୍କୁ ନିର୍ଦ୍ଦେଶ

5/09/2020 at 10:23 AM

ଭୁବନେଶ୍ୱର ୦୫।୦୯ : ରାୟପୁରରେ ଓଡ଼ିଆ ଶ୍ରମିକଙ୍କ ବସ୍‌ ଦୁର୍ଘଟଣା ଘଟଣା । ମୃତାହତଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାୟପୁର ଯିବାକୁ ଶ୍ରମମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାସମ୍ପର୍କରେ ଛତିଶଗଡ଼ DGPଙ୍କ ସହ ଯୋଗାଯୋଗରେ ରହିବାକୁ ଓଡିଶା DGPଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଜିପି ଅଭୟଙ୍କ ସୂଚନା ଦେଇଛନ୍ତି ଯେ, , ଛତିଶଗଡ଼ର ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛୁ । ୭ ଆହତଙ୍କର ଚିକିତ୍ସା  ରାୟପୁର ମେଡିକାଲରେ ଚାଲିଛି । ସେପଟେ ରାୟପୁର ବସ୍ ଦୁର୍ଘଟଣାରେ ଶ୍ରମମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ରାୟପୁର ଯାଉଛି । ଆହତଙ୍କ ଚିକିତ୍ସା ଚାଲିଛି । ସୁସ୍ଥ ହେବା ପରେ ତାଙ୍କୁ ଘରକୁ ପଠାଯିବ । ଛତିଶଗଡ଼ ସରକାରଙ୍କ ସହ କଥା ହୋଇଛି । ପ୍ରାଥମିକତା ଭିତ୍ତିରେ ଚିକିତ୍ସା ଉପରେ ଗୁରୁତ୍ବ ଦେବାକୁ କହିଛୁ ।

ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲାରୁ କିଛି ଶ୍ରମିକ ନେଇ ଗୁଜରାଟର ସୁରତ ଅଭିମୁଖେ ଯାଉଥିଲା ଏକ ବସ୍ । କିନ୍ତୁ ଛତିଶଗଡ଼ ରାୟପୁର ନିକଟସ୍ଥ ଚେରିଖେଡି ନିକଟରେ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।

   Related Posts