ପୁରୀରୁ କୋଣାର୍କ, ଗୋପ ଓ ନିମାପଡାକୁ ବସ୍ ଚଳାଚଳ ବନ୍ଦ, ଧାରଣାରେ ବସିଛନ୍ତି ଡ୍ରାଇଭର ଓ ହେଲପର

Published By : Prameya-News7 Bureau | January 31, 2020 IST

ପୁରୀ ୩୧।୧: ପୁରୀରୁ କୋଣାର୍କ, ଗୋପ ଓ ନିମାପଡ଼ା ବସ୍ ଚଳାଚଳ ବନ୍ଦ ରହିଛି । ଗତକାଲି ପୁରୀ-କୋଣାର୍କ ମେରାଇନ୍ ଡ଼୍ରାଇଭ ରାସ୍ତାର ରାମଚଣ୍ଡୀ ନିକଟରେ ଯାତ୍ରୀବାହୀ ବସ୍ ଓ ଟୁରିଷ୍ଟ ବସର ଧକ୍କା ହେବା ଯୋଗୁଁ ଡ୍ରାଇଭର ଅର୍ଜୁନ ମହାକୁଡ଼ଙ୍କ ମୃତ୍ୟୁ ହୋଇଥିଲା ।

{"id":218267,"sizeSlug":"large"}

ଟୁରିଷ୍ଟ ବସ୍ ଯାତ୍ରୀଙ୍କ ଆକ୍ରମଣ ଓ ଚିକିତ୍ସାରେ ଅବହେଳା ଯୋଗୁଁ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଡ଼୍ରାଇଭରଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ଓ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ସକାଳୁ ଗୋପ, କୋଣାର୍କ ରୁଟରେ ବସ୍ ଚଳାଚଳ ବନ୍ଦ ରହିଛି ।

{"id":218268,"sizeSlug":"large"}

ରାତି ପାହିଲେ ମାଘ ସପ୍ତମୀ ବୁଡ଼ ରହିଥିବା ବେଳେ ଏହି ରୁଟରେ ବସ୍ ଚଳାଚଳ ବନ୍ଦ ଯୋଗୁଁ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଭଳିକି ମୃତ୍ୟୁ ବରଣ କରିଥିବା ଡ଼୍ରାଇଭରଙ୍କୁ ବସ୍ ମାଲିକ ମଧ୍ୟ ସହାନୁଭୁତି ପ୍ରଦର୍ଶନ କରିନାହାନ୍ତି । ନୀଳଗିରି ମୋଟର କର୍ମଚାରୀ ସଂଘ ନେତୃତ୍ୱରେ ଦୁର୍ଘଟଣାଗସ୍ତ ଯାତ୍ରୀବାହୀ ବସର ହେଲପର, କଣ୍ଡକ୍ଟର ସ୍ବତଃପ୍ରବୃତ ଭାବେ ଧାରଣାରେ ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.