ବସ୍ ଡ୍ରାଇଭରଙ୍କ ମହାନତା : ୩୭ ପ୍ରବାସୀଙ୍କୁ ମାଗଣାରେ ନେଲେ ପଶ୍ଚିମବଙ୍ଗ

Published By : Prameya-News7 Bureau | May 15, 2020 IST

ଭଦ୍ରକ ୧୫।୫: ମାନବିକତା ଦେଖାଇଲେ ବସ୍ ଡ୍ରାଇଭର । ୩୭ ପ୍ରବାସୀଙ୍କୁ ମାଗଣାରେ ନେଲେ ପଶ୍ଚିମବଙ୍ଗ । ଏହିଭଳି ଘଟଣା ସେତେବେଳେ ଲୋକଲୋଚନକୁ ଆସିଲା ଯେତେବେଳେ ଭଦ୍ରକ ଏସପି ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ ।

{"id":270100,"sizeSlug":"large"}

କରୋନା ମହାମାରୀ ଯୋଗୁଁ ଦେଶବ୍ୟାପୀ ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀମାନ ଏବେ ଘର ମୁହାଁ । କିଏ ଟ୍ରକରେ ଯାଉଛି ତ କିଏ ଚାଲିଚାଲି ନିଜ ଘରକୁ ଫେରୁଛି । ଏହି ସମୟପରେ ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲିଚାଲି ଫେରୁଥିଲେ ୩୭ ଜଣ ଶ୍ରମିକ । ଭଦ୍ରକ ପୋଲିସ ସେମାନଙ୍କୁ ରାଜପଥ ପାର୍ଶ୍ବରେ ଚାଲୁଥିବ ଦେଖି ଅଟକାଇଥିଲା । ପରେ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ସେହି ୩୭ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ପଠାଇବା ପାଇଁ କଲିକତା ଅଭିମୁଖେ ଯାଉଥିବା ଏକ ବସକୁ ଅଟକାଇଥିଲା ପୋଲିସ । ଯେଉଁଥିରେ କୌଣସି ଯାତ୍ରୀ ନଥିଲେ । ଆବଶ୍ୟକ ଭଡା ନେଇ ସେମାନଙ୍କୁ ପଶ୍ଚିମବଙ୍ଗରେ ଛାଡିବା ପାଇଁ ଅନୁରୋଧ କରିଥିଲା ପୋଲିସ । କିନ୍ତୁ ବସର ଡ୍ରାଇଭର ରତନ ବାଗ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ନେବାକୁ ମନାକରିଥିଲେ । ବିନା କୌଣସି ଅର୍ଥରେ ୩୭ ଜଣ ପ୍ରବାସୀଙ୍କୁ ନେଇଯାଇଥିଲା ଏହି ବସ୍ । ବସ ଡ୍ରାଇଭରଙ୍କ ଏହି ମହନୀୟତାକୁ ଭଦ୍ରକ ଏସପି ପ୍ରଶଂସା କରିଛନ୍ତି । ନିଜେ ଟ୍ବିଟରରେ ଲେଖିଛନ୍ତି ଯେ ଭଲ ଲୋକମାନେ ଦେବଦୂତ ସାଜି ଆସନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.