୧୦ ହଜାର ଟଙ୍କା ତଣ୍ଡ ଗଣିଲେ ବସ୍ ମାଲିକ: ସିଟ୍‌ଠାରୁ ଅଧିକ ଯାତ୍ରୀଙ୍କୁ ଉଠାଇଥିଲେ କଣ୍ଡକ୍ଟର

Published By : Prameya-News7 Bureau | November 28, 2020 IST

ଭଦ୍ରକ୨୮/୧୧: ୧୦ ହଜାର ଟଙ୍କା ଜରିମାନା ଗଣିଲେ ବସ ମାଲିକ। ବସରେ ଥିବା ସିଟ୍‌ଠୁ ଅଧିକ ଯାତ୍ରୀଙ୍କୁ ନେବା ବେଳେ ପୋଲିସ୍ ବସଟିକୁ ଅଟକାଇଥିଲା। ଓଭରଲୋଡ଼ିଂ ଯୋଗୁଁ ଆରଟିଓ ୧୦ ହଜାର ଟଙ୍କା ଫାଇନ କାଟିଥିଲା।

{"id":369340,"width":571,"height":1836,"sizeSlug":"large"}

ମିଳିଥିବା ସୂଚନା ମୁତାବକ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦବାଲି ଅଞ୍ଚଳରୁ ବସଟି ଭଦ୍ରକ ଆସୁଥିଲା। ବାଇପାସ ରାଜଘାଟ ଛକ ନିକଟରେ ବସକୁ ପୋଲିସ୍ ଅଟକାଇଥିଲା। ସିଟଠୁ ଅଧିକ ଯାତ୍ରୀ ବସରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବସ ଉପରେ ୧୦ହଜାର ଟଙ୍କାର ଫାଇନ୍ କଟାଯାଇଥିଲା। ଟ୍ବିଟ୍ କରି ଏ ନେଇ ଭଦ୍ରକ ଆରଟିଓ ସୂଚନା ଦେଇଛନ୍ତି। କୋଭିଡ କଟକଣା ଥିବା ବେଳେ ବସରେ କେବଳ ନିର୍ଦ୍ଦାରିତ ସିଟ୍‌ରେ ଯାତ୍ରୀ ନେବାର ନିୟମ  ରହିଛି। କେବଳ ସେତିକି ନୁହେଁ, ବିନା ମାସ୍କରେ ଯାତ୍ରୀଙ୍କୁ ନ ନେବା ଲାଗି ମଧ୍ୟ ନିୟମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.