Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||

ପ୍ରବାସୀଙ୍କୁ ଜଙ୍ଗଲ ମଧ୍ୟରେ ଛାଡିଦେଇ ଚାଲିଯାଉଛି ବସ୍

24/05/2020 at 4:58 PM

ବଲାଙ୍ଗୀର, ୨୪|୦୫: କରୋନା ଭାଇରସ ଓ ଲକଡାଉନ୍ ପାଇଁ ବିଭିନ୍ନ ରାଜ୍ୟରେ ଫସିଛନ୍ତି ପ୍ରବାସୀ ଓଡିଆ ଶ୍ରମଜୀବୀ। ଏଥିପାଇଁ ଆନ୍ଧ୍ର , ତାମିଲନାଡୁ , ତେଲେଙ୍ଗାନା ଭଳି ରାଜ୍ୟରୁ ଶହ ଶହ ବସ ପ୍ରତ୍ୟୋକ ଦିନ ଆସୁଛି ବଲାଙ୍ଗୀର ସହରକୁ । ହେଲେ ବସଗୁଡିକ ବଲାଙ୍ଗୀର ସହରର ନିର୍ଦ୍ଧିଷ୍ଟ ସ୍ଥାନକୁ ନ ଆସି ଜଙ୍ଗଲ ମଝି ଅଧାରାସ୍ତାରେ ପ୍ରବାସୀଙ୍କୁ ଓହ୍ଲେଇ ଫେରାର ମାରୁଛି। ଯାହା ଫଳରେ ଦିନ ହେଉ କି ରାତି ପ୍ରବାସିଙ୍କ ଲମ୍ବାସୁଅ ଦେଖିବାକୁ ମିଳୁଛି ବଲାଙ୍ଗୀର ସହରରେ। ସେପଟେ ରାଜ୍ୟ ବାହାରୁ ଆସୁଥିବା ବହୁ ବସ ସମ୍ପର୍କରେ ଖବର ନାହିଁ ଜିଲ୍ଲା ପ୍ରଶାସନ ପାଖରେ ।

ସମୟ ୨ଟା ପାଖା ପାଖି । ସ୍ଥାନ ମଠଖାଇ ଜଙ୍ଗଳ। ପାଦର ତାତି ସହ ମୁଣ୍ଡର ତାତିରେ ଲମ୍ବାଯାତ୍ରାରେ ବାହାରିଛନ୍ତି ପ୍ରବାସୀ। ନିଜ ଜିନିଷ ପତ୍ର ହାତରେ ଧରି ଚାଲି ଚାଲି  ଯାଉଛନ୍ତି ବଲାଙ୍ଗୀର  ସହର ଭିତରକୁ। ନା କିଛି ଖାଇଛନ୍ତି ନା ପଇଛନ୍ତି। ରାତିରୁ ଯାହା ଖାଇଥିଲେ ବାସ୍‌ ସେତିକି। ଆଉ ଏହେଉଛି ତା ପରର ଦୃଶ୍ୟ। ସୁଦୁର ତାମିଲନାଡୁରୁ ଏକ ବସ ଯୋଗେ ୨୭ ଜଣ ପୁଅ-ଝିଅ ଆସି ପହଞ୍ଚିଛନ୍ତି। ହେଲେ ବସ ଡ୍ରାଇଭର ତାଙ୍କୁ ସହର ଭିତରକୁ ନ ଆଣି ବଲାଙ୍ଗୀରରୁ ୧୦ କିଲୋମିଟର ଦୁରରେ ଥିବା ମଠଖାଇ ଜଙ୍ଗଲ ନିକଟରେ ଛାଡି ପଳାଇଛି । ଏମାନଙ୍କ ମଧ୍ୟରୁ କିଏ ସୋନପୁର , କଳାହାଣ୍ଡି , ନୂଆଁପଡା , ବୌଦ୍ଧ , ସମ୍ବଲପୁର , ବରଗଡ ଭଳି ଜିଲ୍ଲାର  ପ୍ରବାସୀ ରହିଛନ୍ତି।  ହେଲେ ନିଜ ହାତରୁ ଟଙ୍କା ବାହାର କରି ବସ ଡ୍ରାଇଭରକୁ ଦେଇଥିଲେ ମଧ୍ୟ ଏମାନଙ୍କୁ ଏଭଳି ଅସହାୟ ଅବସ୍ଥାରେ ଛାଡିଦେଇଛି ବସ। ଯାହାଫଳରେ ଏ ଯୁବକଯୁବତୀମାନେ  ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ନିଜ ହାତରୁ ଜଣକ ୭ ହଜାର ଟଙ୍କା ବାହାର କରି ବସ ବାଲାକୁ ଲକ୍ଷାଧିକ ଟଙ୍କା ଭଡା ବାବଦକୁ ଦେଇଥିଲେ ମଧ୍ୟ କିଛି ଶୁଣିନଥିଲା ବସଡ୍ରାଇଭର। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରବାସୀ।  

ଜିଲ୍ଲା ପ୍ରଶାସନ ରାଜ୍ୟବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ବିଭିନ୍ନ ଜାଗାରେ ଖାଇବା ପିଇବା ବନ୍ଦୋବସ୍ତ ସହ କ୍ବାରେଣ୍ଟାଇନ ସେଣ୍ଟର ଗୁଡିକ କରିଛନ୍ତି। ହେଲେ ରାଜ୍ୟବାହାରୁ ଆସୁଥିବା ଏପ୍ରବାସୀଙ୍କ ସମ୍ପର୍କରେ ଖବର ରହୁନାହିଁ ଜିଲ୍ଲାପ୍ରଶାସନ ପାଖରେ । ଯାହାଫଳରେ ପ୍ରବାସୀମାନେ ସହର ଭିତରେ ଏଣେତେଣେ ବୁଲିବା ସହ କିଣାବିକା କରୁଥିବାର ଦୃଶ୍ୟ ସମ୍ନାକୁ ଆସୁଛି।ତେବେ ବଲାଙ୍ଗୀର ସହରର କିଛି ସ୍ବେଚ୍ଛାସେବୀ ସଂଙ୍ଗଠନ ଏଭଳି ପ୍ରବାସିଙ୍କୁ ଠାବକରି ଖାଇବା ପିଇବା ସହ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛନ୍ତି। ସେପଟେ ଘଟଣାକୁ ନେଇ ନିଜର ମତ ରଖିଛନ୍ତି ପୌରପରିଷଦ ଅଧିକାରୀ। ସେପଟେ ବଲାଙ୍ଗୀର ଷ୍ଟାସନକୁ ପତ୍ୟୋକ ଦିନ ୨ ଟାରୁ ୪ ଟା ଟ୍ରେନ ହଜାର ହଜାର ପ୍ରବାସିଙ୍କୁ ନେଇ ଆସୁଥିବା ବେଳେ ବସରେ ଆସୁଥିବା ପ୍ରବାସୀଙ୍କ କୌଣସି ପ୍ରକାର ସୁଚନା ପ୍ରଶାସନ ପାଖରେ ରହୁନାହିଁ ।

   Related Posts