ପ୍ରବାସୀଙ୍କୁ ବସ୍‌ରେ ଧରି ଗୁଜୁରାଟରୁ ଆସୁଥିଲେ, ବାଟରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

Published By : Prameya-News7 Bureau | May 22, 2020 IST

ବରଗଡ, ୨୨|୦୫:  ଗୁଜୁରାଟରୁ ୫୮ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ଜଣେ ବସ ଚାଳକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି ।ମୃତକଜଣଙ୍କ ଗୁଜୁରାଟର ମାଣ୍ଡବି ଜିଲ୍ଲାର ଡ୍ରାଇଭର ଦିନେଶ ଭାଇ ପଟେଲ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

ତେବେ ଦିନେଶ ଗୁଜୁରାଟର ବରୋଦାରୁ ଶ୍ରମିକଙ୍କୁ ନେଇ ଓଡ଼ିଶାର ଗଞ୍ଜାମ ଜିଲ୍ଳା ଆସ୍କାକୁ ଯାଉଥିଲା । ଉକ୍ତ ବସଟି ଆଜି ଭୋରରେ ସୋହେଲା ଥାନାର ଲହୁରାଚଟୀକୁ ପହଞ୍ଚିଥିଲା। ସେଠାରେ ବସଯାତ୍ରୀମାନଙ୍କ ଷ୍ଟାମ୍ପିଂ ପରେ ବସ ଡ଼୍ରାଇଭରଙ୍କୁ ଖୋଜା ଯାଇଥିଲା । ଡ଼୍ରାଇଭର ତାଙ୍କ ସିଟରେ ଶୋଇଥିଲେ । ଯାତ୍ରୀମାନେ ତାଙ୍କୁ ଉଠାଇବାରୁ ସେ ଉଠି ନଥିଲେ । ସକାଳ ପ୍ରାୟ ସାଢେ ୧୦ଟାରେ ତାଙ୍କୁ ଆମ୍ବୁଲାନ୍ସରେ ସୋହେଲା ସରକାରୀ ଡ଼ାକ୍ତରଖାନାକୁ ନିଆଯାଇଥିଲା । ଡ଼ାକ୍ତର ସେଠାରେ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ପରେ ବରଗଡ଼ ମୁଖ୍ୟଚିକିତ୍ସାଳୟରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.