ବସ୍ ପଛକୁ କଲାବେଳେ ନିଜ ଝିଅକୁ ଚାପିଦେଲେ ବସ ଡ୍ରାଇଭର୍, ଶିଶୁ ମୃତ : ସ୍ୱାମୀ ବିରୋଧରେ ମାମଲା ରୁଜ୍ଜୁ କଲେ ସ୍ତ୍ରୀ

Published By : Prameya-News7 Bureau | June 13, 2019 IST

ଭଟିଣ୍ଡା ୧୩୬ ଜଣେ ବ୍ୟକ୍ତି ନିଜ ଘରୋଇ ବସକୁ ଘରୁ ବାହାରକୁ କାଢୁଥିଲେ । ଏତିକିବେଳେ ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ତାଙ୍କ ପରିବାରଲୋକଙ୍କ ହୋସ ଉଡ଼ିଗଲା । ବସ ପଛକୁ କଲାବେଳେ ବସ ଚକ ତଳେ ପଡି ଗୋଟିଏ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଶିଶୁଟି ବସ ଡ୍ରାଇଭରର ନିଜର ଝିଅ । ଘଟଣା ପଞ୍ଜାବ ଭଟିଣ୍ଡାରେ ଘଟିଛି ।

ଭଟିଣ୍ଡାର ସଂଗତ ଖୁର୍ଦ ଗାଁରେ ଜଣେ ବ୍ୟକ୍ତିଙ୍କ ଦାୟିତ୍ବହୀନତା ଯୋଗୁଁ ତାଙ୍କ ନିଜ ଝିଅର ମୃତ୍ୟୁ ହୋଇଛି । ଶିଶୁର ମାଙ୍କ ଅଭିଯୋଗକ୍ରମେ ପୋଲିସ ମହିଳାଙ୍କ ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଓ ଶାଶୁଙ୍କ ଦାୟିତ୍ବହୀନତା ଯୋଗୁଁ ତାଙ୍କ ନିରୀହ ଶିଶୁର ମୃତ୍ୟୁ ହୋଇଛି ।

ମହିଳାଙ୍କ ଅଭିଯୋଗକ୍ରମେ ତାଙ୍କ ସ୍ୱାମୀ ରବୀନ୍ଦ୍ର ସିଂହ ଏକ ଘରୋଇ ବସ୍ ଚଳାନ୍ତି । ଜୁନ ୧୦ ତାରିଖରେ ତାଙ୍କ ଝିଅ ଘରେ ଥିଲା । ସେତେବେଳେ ତାଙ୍କର ବର୍ଷକର ଝିଅ ତାଙ୍କ ଶାଶୁଙ୍କ ପାଖରେ ଖେଳୁଥିଲା । ବସ ଘର ବାହାରେ ଛିଡା ହୋଇଥିଲା । ତାଙ୍କ ସ୍ୱାମୀ ବସ ଷ୍ଟାର୍ଟ କରି ତାକୁ ବାହାରକୁ କାଢ଼ିବା ପାଇଁ ଚେଷ୍ଟା କରୁଥିଲେ । ଠିକ ସେତେବେଳେ ବସର ପଛପଟ ଟାୟାର ତଳେ ଚାପି ହୋଇ ତାଙ୍କ ବର୍ଷକର ଝିଅର ମୃତ୍ୟୁ ହୋଇଯାଇଥିଲା ।

ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ଦାୟିତ୍ବହୀନତା ଯୋଗୁଁ ତାଙ୍କ ଝିଅର ଜୀବନ ଚାଲିଯାଇଥିବା ଶିଶୁର ମା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.