କମେଣ୍ଟ ମାରି ଉତ୍ତମ ମଧ୍ୟମ ଖାଇଲେ ବସ୍ ଚାଳକ

Published By : Prameya-News7 Bureau | August 18, 2018 IST

କମେଣ୍ଟ ମାରି ଉତ୍ତମ ମଧ୍ୟମ ଖାଇଲେ ବସ୍ ଚାଳକ । ଚପଲରେ ବାଡେଇଲେ ମହିଳା । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଖନ୍ତାପଡା ବଜାରରେ ଏଭଳି ଘଟଣା ଘଟିଛି । ଆଜି ସକାଳେ ଆଶାଗୋବିନ୍ଦ ନାମକ ଯାତ୍ରୀବାହୀ ବସ୍ ବାଲେଶ୍ବରରୁ ସୋର ଅଭିମୁଖେ ଯାଉଥିଲା । ବସରେ ଥିବା ଜଣେ ମହିଳାଙ୍କୁ କମେଣ୍ଟ ମାରିଥିଲେ ବସ୍ ଚାଳକ । ଏହାପରେ ବସକୁ ଅଟକାଇବାକୁ କହିଥିଲେ ମହିଳା । ଏବଂ ଘଟଣା ସମ୍ପର୍କରେ ସମସ୍ତଙ୍କୁ କହିଥିଲେ । ଚାଳକଙ୍କୁ ବସରୁ ଓହ୍ଲାଇ ଦେଇ ମଝି ରାସ୍ତାରେ ନିର୍ଧୁମ ଛେଚିଥିଲେ ଲୋକେ । ଚପଲରେ ବି ବାଡେଇଥିଲେ ସମ୍ପୃକ୍ତ ମହିଳା । ମାଡ ମାରିବା ପରେ ଖନ୍ତାପଡା ଥାନାରେ ଚାଳକଙ୍କ ନାଁରେ ଏତଲା ମଧ୍ୟ ଦେଇଛନ୍ତି । ପୋଲିସ ବସ ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି । ..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.