Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ବନ୍ୟା ବିତ୍ପାତ: କର୍ତ୍ତବ୍ୟ ନିଭାଇଲେ ଡିପୋ ମ୍ୟାନେଜର, ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରକ୍ଷା କରିବାକୁ ବସ୍‌ ଛାତରେ ବିତାଇଲେ ୭ ଘଣ୍ଟା

26/07/2021 at 4:26 PM

ମୁମ୍ବାଇ ୨୬/୭: ମହାରାଷ୍ଟ୍ରରେ ରବିବାର ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏଥିରେ ରତ୍ନଗିରି, କୋହ୍ଲାପୁର, ସଙ୍ଗାଲୀ ଏବଂ ମହାରାଷ୍ଟର ଅନେକ ଜିଲ୍ଲା ଜଳମଗ୍ନ ହୋଇଛି। ଏହାସହ ବହୁ ଧନ ଜୀବନ ମଧ୍ୟ ନଷ୍ଟ ହୋଇଛି। ଏହି ସମୟରେ ରତ୍ନଗିରିରେ ଏକ ବସ୍ ଡିପୋର ମ୍ୟାନେଜର ସରକାରଙ୍କ ଟଙ୍କା ରକ୍ଷା କରିବାକୁ ନିଜ ଜୀବନ ବାଜି ଲଗାଇଦେଇଥିଲେ । ଏନେଇ ଜଣାପଡ଼ିବା ପରେ ସେ ଏବେ ସରକାରଙ୍କ ନଜରରେ ହିରୋ ହୋଇଯାଇଛନ୍ତି ।

ବସ୍‌ ଉପରେ ୭ ଘଣ୍ଟା ବିତାଇ ପରିବହନ ବିଭାଗର ଲକ୍ଷ ଲକ୍ଷ ଟଙ୍କା ରକ୍ଷା କରିଛନ୍ତି ବସ୍‌ ଡିପୋ ମ୍ୟାନେଜର। ରତ୍ନଗିରି ଜିଲ୍ଲାରେ ଚିପଲୁନ୍‌ ବସ୍‌ ଡିପୋ ମ୍ୟାନେଜର ରଞ୍ଜିତ ରାଜେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସିଯାଇଥିଲେ। ସେହି ସ୍ଥାନରେ ଅନେକ ଗାଡ଼ି, ରାସ୍ତାଘାଟ ସବୁ ଜଳମଗ୍ନ ହୋଇଥିଲା। ପରେ ସେ ଏକ ବସ୍‌ର ଛାତ ଉପରକୁ ଚଢ଼ିଯାଇଥିଲେ ଯାହାକି ବନ୍ୟା ପାଣିରେ ସମ୍ପୂର୍ଣ୍ଣ ବୁଡ଼ିନଥିଲା ।

ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ମୁତାବିକ, ରଞ୍ଜିତ ବସ୍‌ ଛାଥରେ ୭ ଘଣ୍ଟାଇ ବିତାଇ ପରିବହନ ରାଜସ୍ବ ବିଭାଗର ନଗଦ ୯ ଲକ୍ଷ ଟଙ୍କା ରକ୍ଷା କରିଦେଇଥିଲେ । ନିଜ ଜୀବନ କଥା ନଭାବି ସେହି ଟଙ୍କାକୁ ରକ୍ଷା କରିବା ମୋର କର୍ତ୍ତବ୍ୟ ଥିଲା ବୋଲି ରାଜେ କହିଛନ୍ତି । ସେ କହିଛନ୍ତି, ‘ଜଳ ସ୍ତର ପ୍ରତି ମିନିଟ୍‌ରେ ବଢ଼ୁଥିଲା। ଯଦି ଟଙ୍କା କାର୍ଯ୍ୟାଳୟରେ ରଖାଯାଇଥାନ୍ତା ତେବେ ତାହା ଭାସି ଯାଇଥାନ୍ତା। ଏନେଇ ମୋତେ ଦାୟୀ କରାଯାଇଥାନ୍ତା। ନିଜ ବିଷୟରେ ନଭାବି ନଗଦ ଟଙ୍କାର ରକ୍ଷା କରିବା ମୋର କର୍ତ୍ତବ୍ୟ ଥିଲା ।’ ବନ୍ୟା ପାଣି କମିବା ପରେ ରାଜେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ, ରତ୍ନଗିରି ମଣ୍ଡଳକୁ ସୂଚନା ଦେଇଥିଲେ ।

   Related Posts