କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍

Published By : Prameya-News7 Bureau | October 27, 2021 IST

ଆନନ୍ଦପୁର ୨୭।୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଖପଖାଇ ବସଷ୍ଟାଣ୍ଡ ନିକଟରେ ଅଭାବନୀୟ ଘଟଣା । ବସ୍ ରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ଯାତ୍ରୀଙ୍କୁ ପଛପଟୁ ସଂପୃକ୍ତ ବସ୍ କଣ୍ଡକ୍ଟର ଭିଡି ଧରିବାରୁ  ଯାତ୍ରୀ ଜଣକ ବସ୍ ଚକ ତଳେ ଖସିପଡିଥିଲେ । ଫଳରେ ବସ୍ ଚକ ଯାତ୍ରୀଙ୍କ ଗୋଡ ଉପରେ ଚଢିଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।

ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାତ୍ରୀ ଜଣଙ୍କ ଏକ ବସ୍ର କର୍ମଚାରୀ ହୋଇଥିବାବେଳେ ସେ ମଦ୍ୟପାନ କରିଥିବା ଯୋଗୁଁ ବସ୍ କଣ୍ଡକ୍ଟର ତାଙ୍କୁ ଗାଡିରେ ନେବାକୁ ଅନିଚ୍ଛା ପ୍ରକାଶ କରି ଏପରି କରିଥିବା ଅଭିଯୋଗ ହୋଇଛି । ଖପରାଖାଇ ବସ୍ ଷ୍ଟାଣ୍ଡରୁ କେଶଦୂରାପାଳ ଯାଉଥିବା କିଚେକେଶ୍ବରୀ ବସ୍ ରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ବସଟି ଘଟଣାସ୍ଥଳରୁ ପଳାଇଛି । ତେବେ ଘଟଣା ସମ୍ପର୍କରେ ପୀଡିତ ଯାତ୍ରୀଙ୍କ ତରଫରୁ ଥାନାରେ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.