ମହିଳାଙ୍କୁ ଅସଦାଚରଣ କରି ଉଠବସ୍ ହେଲେ କଣ୍ଡକ୍ଟର

Published By : Prameya-News7 Bureau | January 06, 2020 IST

ଅନୁଗୁଳ ୬/୧: ବସ ଭିତରେ ମହିଳାଙ୍କୁ ଅସଦାଚରଣ କରିବା କଣ୍ଡକ୍ଟରଙ୍କୁ ମହଙ୍ଗା ପଡଛି  । ଅନୁଗୁଳ ଆଠମଲ୍ଲିକ ବସଷ୍ଟାଣ୍ଡରେ ବସ ଉଠ ହୋଇଛନ୍ତି ଘରୋଇ ଶ୍ରୀରାମ ବସ୍ ର କଣ୍ଡକ୍ଟର ଫକିର ମୋହନ ପଣ୍ଡା । ମହିଳା ଯାତ୍ରୀଙ୍କୁ ଚଳନ୍ତା ବସରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ବସ୍ ଟି ଅନୁଗୁଳରୁ ଆଠମଲ୍ଲିକ ଆସୁଥିବାବେଳେ  କଣ୍ଡକ୍ଟର ମହିଳାଙ୍କୁ ବସ ଭିତରେ ଦୁର୍ବ୍ୟବହାର କରିଥିଲା। ଏହି ଘଟଣାକୁ ନେଇ ଠାକୁଗଡ଼ ଥାନା ନିକଟରେ ଗାଡି କିଛି ସମୟ ଅଟକିଥିଲା । ମହିଳା ଜଣକ ସେଠାରେ ସାହସ କରି ପାରିନଥିଲେ କଣ୍ଡକ୍ଟର କୁ କିଛି କହିବା ପାଇଁ ।

ମହିଳା ଜଣକ ବସ ଭିତରେ କିଛି କହିନଥିଲେ । ଆଠମଲ୍ଲିକ ବସ ଷ୍ଟାଣ୍ଡ ରେ ପହଂଚିବାପରେ ଉକ୍ତ କଣ୍ଡକ୍ଟରକୁ ମହିଳା ବସ ଉଠ କରିଥିଲେ ।ଆଠମଲ୍ଲିକ ବସଷ୍ଟାଣ୍ଡରେ କଣ୍ଡକ୍ଟର ଜଣକ ବସ ଉଠ ହୋଇଥିଲେ। ଏହି ଭିଡିଓକୁ କେହି ଜଣେ ଗତ କାଲି  ଭାଇରାଲ କରି ଦେବା ପରେ ଯାଇ ସବୁ କଥା ପଦା କୁ ଆସିଛି । ଏପର୍ଯ୍ୟନ୍ତ ମହିଳା ଜଣକ କେଉଁ ଅଞ୍ଚଳ ଜଣାପଡି  ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.