ଛାତ୍ରୀଙ୍କୁ ବସ୍ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର ଅଭିଯୋଗ, ବସ୍ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକ

Published By : Prameya-News7 Bureau | September 13, 2019 IST

କଳାହାଣ୍ଡି ୧୩।୯: କଲେଜ ଛାତ୍ରୀଙ୍କୁ ବସ୍ କଣ୍ଡକ୍ଟର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏ ନେଇ ଛାତ୍ରୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

{"id":157074}

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ ଧର୍ମଗଡ ଆସୁଥିବା ‘ଗୋପୀନାଥ’ ନାମକ ଏକ ଘରୋଇ ବସ୍ ରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବସ୍ ର କଣ୍ଡକ୍ଟର ସଂପୃକ୍ତ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ଛାତ୍ରୀଙ୍କ ପକ୍ଷରୁ ଧର୍ମଗଡ ଥାନାରେ ଏତଲା ଦିଆଯାଇଛି । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ବସ୍ କୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.