Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ବସ୍ କଣ୍ଡକ୍ଟରର କଳା କାରନାମା : ସରକାରୀ ଚାକିରୀର ପ୍ରଲୋଭନ ଦେଖାଇ କରୁଥିଲା ମହିଳାଙ୍କ ଅଶ୍ଳୀଳ ଭିଡିଓ

31/10/2020 at 2:56 PM

ପାଳଘର ୩୧/୧୦: ମହାରାଷ୍ଟ୍ରର ପାଳଘରରେ ପୋଲିସ୍ ଜଣେ ଏପରି ବ୍ୟକ୍ତିକୁ ଗିରଫ କରିଛି ଯିଏ ମହିଳାଙ୍କୁ ଚାକିରୀର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖୁଥିଲା ଏବଂ ଏହା ପରେ ଭିଡିଓ କରି ପର୍ଣ୍ଣ ସାଇଟକୁ ବିକି ଦେଉଥିଲା। ଅଭିଯୁକ୍ତ ଥାଣେ ମ୍ୟୁନିସିପାଲ ଟ୍ରାନ୍ସପୋର୍ଟରେ ଜଣେ ବସ୍ କଣ୍ଡକ୍ଟର। ତା ବିରୋଧରେ ଆଇପିସି ଏବଂ ସୂଚନା ପ୍ରାଦ୍ୟୋଗିକ ଅଧିନିୟମ ପ୍ରାବଧାନ ଅନୁସାରେ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

ଜଣେ ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ଅଭିଯୁକ୍ତ ମହିଳାଙ୍କୁ ସରକାରୀ ଚାକିରୀ ଦେବାର ପ୍ରଲୋଭନ ଦେଖାଇଥିଲା ଏବଂ ସେମାନଙ୍କୁ ଦୁଷ୍କର୍ମ କରିଥିଲା। ଏହା ପରେ ତାଙ୍କ ଅଶ୍ଳୀଳ ଭିଡିଓ କରି ପର୍ଣ୍ଣ ସାଇଟରେ ଅପଲୋଡ କରି ଦେଇଥିଲା।

ସୂଚନା ଅନୁଯାୟୀ ଅଭିଯୁକ୍ତର ନାଁ ମିଲିନ୍ଦ ଜେଡ। ସେ ମହିଳାଙ୍କୁ ସରକାରୀ ଚାକିରୀ ଦେବାର ପ୍ରତିଶୃତି ଦେଉଥିଲା। ଏହାପରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାର ଭିଡିଓ ଗୁପ୍ତ କ୍ୟାମେରାରେ ରେକର୍ଡ଼ କରି ଦେଉଥିଲା। ଏବେ ସୁଦ୍ଧା ୧୮ ଏବଂ ୩୦ବର୍ଷର ୨ଜଣ ମହିଳା ୩୨ବର୍ଷ ବୟସ୍କା କଣ୍ଡକ୍ଟର ବିରୋଧରେ ମାମଲା ରୁଜୁ କରିଛନ୍ତି। ଜେଡ ପାଖରୁ ପୋଲିସକୁ ଏମଏ ଏବଂ ବିଏଡର ଡିଗ୍ରୀ ମଧ୍ୟ ମିଳିଛି।

୩୦ବର୍ଷୀୟା ପୀଡ଼ିତା ମହିଳାଙ୍କୁ ତାଙ୍କ ଜଣେ ସମ୍ପର୍କୀୟ ଏହି ସେକ୍ସ ଭିଡିଓ ବିଷୟରେ ପଚାରିବାରୁ ସେ ଏହା ବିଷୟରେ ଜାଣିଥିଲେ। ଏହା ପରେ ସେ ସତର୍କ ହୋଇଯାଇଥିଲେ ଏବଂ ସିଧା ପୋଲିସ୍ ନିକଟରେ ପହଞ୍ଚିଥିଲେ। ସେକ୍ସ ଭିଡିଓ ବିଷୟରେ ଜାଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ମାମଲା ରୁଜୁ କରିଥିଲେ।

ଅଭିଯୁକ୍ତ ମାମଲା ରୁଜୁ ହେବା ପରେ ଜୁଲାଇ ମାସରୁ ଫେରାର ଥିଲା। ପୋଲିସ କହିଥିଲା ଯେ ଅଭିଯୁକ୍ତ ଭିଡିଓ ବିକି ୨୦୧୯ ନଭେମ୍ବର ଏବଂ ଜୁନ୍ ମାସ ମଧ୍ୟରେ ୫ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଅଭିଯୁକ୍ତ ଜେଡଠୁ ପୋଲିସ୍ ୬୨ଟି ଜବତ କରିଥିଲା। ସବୁ କ୍ଲିପ୍ ଏକ ପର୍ଣ୍ଣ ସାଇଟରେ ଅପଲୋଡ କରାଯାଇଥିଲା।

ପୋଲିସ୍ କହିଥିଲା ଯେ ସେ ଅନ୍ୟ ପୀଡ଼ିତାଙ୍କ ପତ୍ତା ଲଗାଇବାକୁ ଉଦ୍ୟମ କରୁଛି। ଜେଡ ଭିଡିଓ କରିବାବେଳେ ନିଜ ମୁହଁକୁ କ୍ୟାମେରା ଆଗରେ ଦେଖାଉନଥିଲା କିନ୍ତୁ ମହିଳାଙ୍କ ମୁହଁ କ୍ୟାମେରାରେ ଭଳ ଭାବେ ଦେଖାଯାଉଥିଲା।

   Related Posts