Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡା : ପାରିବାରିକ କଳହ ନେଲା ଜୀବନ, ଚୈତନ୍ୟଙ୍କୁ ମାରିଦେଲେ ବାପା ଓ ୨ ଭାଇ
  • ||
  • ବାଙ୍କୀ : ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ
  • ||
  • ଚାନ୍ଦବାଲି : ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ଚଣ୍ଡିଖୋଲ : ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||

ଷ୍ଟିଙ୍ଗ୍ ଅପରେସନ/ ବସ୍‌ଯାତ୍ରୀଙ୍କ ଉପରେ ଜୁଲମ୍ : କଟକରୁ ପଟ୍ଟମୁଣ୍ଡାଇ ବସ୍ ଭଡା ୫୨ ଟଙ୍କା, ହେଲେ ୭୦ ଟଙ୍କା ନେଉଛନ୍ତି ବସ୍ କର୍ମଚାରୀ

27/07/2019 at 11:50 AM

ପଟ୍ଟାମୁଣ୍ଡାଇ ୨୭|୭:  ଆପଣ ଯଦି କେବେ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରୁ କଟକ ଘରୋଇ ବସ୍ ରେ ଆସୁଛନ୍ତି ତେବେ ବସଭଡା ଦେଖି ଚମକିଯିବେ ନିଶ୍ଚିତ । ଆଉ ଯଦି ଏହି ଜୁଲମ ବିରୋଧରେ ଆପଣ ପାଟି ଖୋଲିଲେ ତେବେ କଥା ସରିଲା । ଆପଣଙ୍କୁ ସହିବାକୁ ପଡିବ ଘରୋଇ ବସ୍ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର ।

ପଟ୍ଟାମୁଣ୍ଡାଇରୁ କଟକ ଚାଲୁଥିବା ଅଡିନାରୀ ବସ୍ ରେ ପରିବହନ ବିଭାଗ ବିଜ୍ଞପ୍ତି ଅନୁଯାୟୀ କିଲୋମିଟର ପିଛା ୬୯ପଇସା । ଏହି ହିସାବରେ ପଟ୍ଟାମୁଣ୍ଡାଇରୁ କଟକ ସର୍ବାଧିକ ୫୨ଟଙ୍କା । କିନ୍ତୁ ଆପଣ ୭୦ଟଙ୍କା ଦେବାକୁ ବାଧ୍ୟ । ଧାର୍ଯ୍ୟ ଭଡାଠାରୁ ବେଶ ଅଧିକ ଆଦାୟ ହେଉଛି । ଆଉ ଯଦି ଆପଣ ନିୟମ କାନୁନ କଥା କହିଲେ ତେବେ ସ୍ଥିତି ଏମିତି ହୋଇପାରେ ଯେ, ଆପଣଙ୍କୁ ଅଧାରାସ୍ତାରେ ଓହ୍ଲାଇ ଦେଇପାରନ୍ତି ବସ୍ କଣ୍ଡକ୍ଟର । ଆପଣଙ୍କୁ ଧମକଚମକ ବି ମିଳିବ । ତେଣୁ ଆପଣ କାନମୁଣ୍ଡା ଆଉଁସି ୭୦ଟଙ୍କା ଗଣିବାକୁ ବାଧ୍ୟ । ମୁହଁ ଖୋଲିଲେ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର ସହିବାକୁ ପଡିବ । ଘରୋଇ ବସ ଆସୋସିଏସନ୍ ପାଖରେ ଯାତ୍ରୀ ଅନେକଥର ଅଭିଯୋଗ କରିଛନ୍ତି, କିନ୍ତୁ ଫଳ ଶୂନ ।

ଏହି ଅଭିଯୋଗର ସତ୍ୟତା ସନ୍ଧାନ କରିବାକୁ ପହଞ୍ଚିଥିଲା ନ୍ୟୁଜ୍ ୭ ଟିମ୍ । ଯାତ୍ରୀ ଭାବରେ ଆମ ପ୍ରତିନିଧି ବସରେ ଚଢିଥିଲେ । ଆଉ ଦେଖିଥିଲେ କିଭଳି ମାତ୍ରାଧିକ ଭଡା ଦେବାକୁ ବାଧ୍ୟ କରୁଛନ୍ତି କଣ୍ଡକ୍ଟର । ଆମ ପ୍ରତିନିଧି ସରକାରୀ ବିଜ୍ଞପ୍ତି ଦେଖାଇଥିଲେ ମଧ୍ୟ ସେସବୁକୁ ଦେଖିବାକୁ ପ୍ରସ୍ତୁତ ନଥିଲେ କଣ୍ଡକ୍ଟର । ଏମିତି ପ୍ରତିଦିନ ଚାଲିଛି କିନ୍ତୁ ପରିବହନ ବିଭାଗ ଏହା ଉପରେ ଲଗାମ ଲଗାଇବାକୁ କୌଣସି ପଦକ୍ଷେପ ନେଇନି । ଘଟଣାସ୍ଥଳକୁ ଯାଇ ଛାନଭିନ କରିବା ବେଳେ ଗୋଟିଏ ବସର କଣ୍ଡକ୍ଟର ଆମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବାକୁ ବି ପଛାଇ ନଥିଲେ ।

କ୍ୟାମେରାରେ ସତ ଧରାପଡିଯିବା ପରେ କଣ୍ଡକ୍ଟର ଜଣକ ରାଗି ପାଚି ଲାଲ ହୋଇ ଯାଇଥିଲେ । ପ୍ରତିନିଧିଙ୍କୁ ସମ୍ବାଦ ସଂଗ୍ରହ କରିବାରୁ ଅଟକାଇ ଥିଲେ । ପ୍ରଶ୍ନ ଉଠୁଛି ପରିବହନ ବିଭାଗର ବିଜ୍ଞପ୍ତି କଣ କେବଳ ନାଁକୁ ମାତ୍ର । ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଦାୟିତ୍ବ କାହାର । ବସରେ ଯିବା ଲାଗି ଜଣେ ଯାତ୍ରୀ ମାତ୍ରାଧିକ ଭଡା ଦେବ କାହିଁକି । ଏହା ଉପରେ ଲଗାମ ଲଗାଇବା ଦାୟିତ୍ବ କାହାର ।

   Related Posts