ବସ କଣ୍ଡକ୍ଟରଙ୍କ ଛାତି ଥରା କାହାଣୀ - ଦୁର୍ଘଟଣା କରିଦେଇଛି ଦିବ୍ୟାଙ୍ଗ

Published By : Prameya-News7 Bureau | November 29, 2019 IST

ଜୟପୁର ୨୯।୧୧ -  ଦୁର୍ଘଟଣା ଦିବ୍ୟାଙ୍ଗ କରିଦେଲା । ଅସହ୍ୟ  ଯନ୍ତ୍ରଣାରେ ଛଟପଟ । ସ୍ତ୍ରୀ ପର ଘରେ ରୋଷେଇ କଲେ ପରିବାର ଚଳେ ନହେଲେ ଉପାସ ।ଆଉ ଏହି ସମୟରେ ଚିକିତ୍ସା ସାତ ସପନ । ଦୁର୍ଘଟଣାରେ ଦୁଇ ଗୋଡ ହରାଇ ଦିବ୍ୟାଙ୍ଗ ପାଲଟିଥିବା ଜୟପୁରର ଜଣେ ବସ କଣ୍ଡକ୍ଟରଙ୍କ ଏହି ଛାତି ଥରା କାହାଣୀ।

{"id":191730,"sizeSlug":"large"}

ଜୟପୁର ପାରାବେଡାର ଦେବ ପ୍ରସାଦ ପରିଛା।ଦିନେ ବସ୍ କଣ୍ଡକ୍ଟର ଭାବେ କାମ କରୁଥିଲେ।କିନ୍ତୁ ଦୁର୍ଘଟଣାର ଶିକାର ହେବା ପରେ ଏବେ ସେ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି।ଗୋଟିଏ ଗୋଡ ସଂପୂର୍ଣ୍ଣ ହରାଇ ସାରିଥିବା ବେଳେ ଅନ୍ୟଟି ପୁରା ଅଚଳ।ଅବସ୍ଥା ଏବେ ଏମିତି ହୋଇଛି ଯେ ବସିଥିବା ଜାଗାରୁ  ହଲିବା ବି ତାଙ୍କ ପାଇଁ ଯନ୍ତ୍ରଣାଦାୟକ।ଅନ୍ୟକୁ ସାହାରା ଦେବା ବଦଳରେ ଅନ୍ୟର ସାହାରାରେ ବଂଚୁଛନ୍ତି। ଯାହା କିଛି ସଂଚିତ ଥିଲା ଚିକିତ୍ସାରେ ସବୁ ସରିଗଲାଣି । ଏବେ କୃତ୍ରିମ ଅଂଗ ଲଗାଇ ବାକୁ ରାଜସ୍ଥାନ ଯିବାକୁ ବାହାରିଛନ୍ତି।କିନ୍ତୁ ଏଥିପାଇଁ ଆବଶ୍ୟକ ଲକ୍ଷେ ଟଙ୍କା ନଥିବାରୁ ଯିବା ସମ୍ଭବ ହେଉନି ।

{"id":191731,"sizeSlug":"large"}

ଦୁଇ ପୁଅ ଝିଅ ଓ ସ୍ତ୍ରୀଙ୍କୁ ନେଇ ଦେବ ପ୍ରସାଦଙ୍କ ପରିବାର।ସରକାରୀ ଲିଜ୍  ବସରେ କଣ୍ଡକ୍ଟର ଭାବେ କାମ କରୁଥିଲେ।ମାସିକ ଯାହା ଦରମା ମିଳୁଥିଲା ,ସେତିକିରେ ପରିବାର ହସ ଖୁସିରେ ଚଳି ଯାଉଥିଲା।ହେଲେ ଗତ ବର୍ଷ ଜୁନ ମାସରେ ଡ୍ୟୁଟିର ଥିବା ସମୟରେ ବସରୁ ଖସି ପଡିବା ପରେ ଗୋଡ ଉପରେ ଗାଡି ମାଡିଯାଇଥିଲା ।

{"id":191732,"sizeSlug":"large"}

ସେବଠୁ ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି । ୭୦୦ ଟଙ୍କାର ଦିବ୍ୟାଙ୍ଗ ଭତ୍ତା ଓ ସ୍ତ୍ରୀ ପର ଘରେ ରୋଷେଇ କଲେ ଯାହା ଦୁଇ ପଈସା ରୋଜଗାର ହୁଏ ସେତିକିର ପିଲାଙ୍କ ପାଠ ପଢା ସହ ପରିବାର ଚଳେ।ତେଣୁ ସରକାରୀ କି ବେସରକାରୀ ସ୍ତରରେ ଟିକେ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.