ନିୟନ୍ତ୍ରଣ ହରାଇ ଟୋଲ ପ୍ଲାଜା ଭିତରେ ପଶିଗଲା ବରଯାତ୍ରୀ ବସ୍: ୩ କର୍ମଚାରୀଙ୍କ ସମେତ ୧୫ ଆହତ

Published By : Prameya-News7 Bureau | November 11, 2021 IST

ଅହମଦାବାଦ ୧୧/୧୧ : ଗୁଜୁରାଟ ତାପି ଜିଲ୍ଲା ସୋନଗଡ ମାଣ୍ଡଲ ଟୋଲ ଗେଟରେ ଗୁରୁବାର ଦିନ ବଡ ଧରଣର ଦୁର୍ଘଟଣା ହୋଇଛି। ବରଯାତ୍ରୀଙ୍କୁ ନେଇଯାଉଥିବା ବସ ସିଧା ଆସି ଟୋଲ ଗେଟରେ ପଶି ଯାଇଥିଲା। ଦୁର୍ଘଟଣାରେ ବରଯାତ୍ରୀ ଓ ଟୋଲ ଗେଟର ୩ କର୍ମଚାରୀଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ସୋନଗଡର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଟୋଲ ଗେଟ ସିସିଟିଭିରେ କଏଦ ହୋଇଛି।

{"id":542213,"sizeSlug":"full","linkDestination":"none"}

ସୋନଗଡ ପୋଲିସ ସୂଚନା ଅନୁଯାୟୀ, ବରଯାତ୍ରୀଙ୍କୁ ନେଇ ଆସୁଥିବା ବସ ମହାରାଷ୍ଟ୍ର ବୁରହାନପୁରରୁ ସୁରଟ ଫେରୁଥିଲା। ବସରେ ପ୍ରାୟ ୪୦ ଜଣ ଥିଲେ। ସକାଳ ପ୍ରାୟ ୧୧ଟା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଦେଇଥିଲେ ଓ ଫୁଲ ସ୍ପିଡ଼ରେ ବସ ଟୋଲ ଗେଟ ବ୍ରେକର ଭାଙ୍ଗି କ୍ୟାବିନ ଭିତରେ ପଶି ଯାଇଥିଲା। କ୍ୟାବିନରେ ବସିଥିବା ମହିଳା ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆଉ ଜଣେ ମହିଳା ଓ ପୁରୁଷ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

{"id":542214,"width":630,"height":473,"sizeSlug":"full","linkDestination":"none"}

ଦୁର୍ଘଟଣାରେ ଡ୍ରାଇଭର, କଣ୍ଡକ୍ଟର ଓ ଆଉ ଦୁଇଜଣ ଗୁରୁତର ଅଛନ୍ତି। ୪ ଜଣଙ୍କୁ ତାପି ଜିଲ୍ଲା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଟୋଲ ଗେଟର କ୍ୟାବିନ ସମ୍ପୂର୍ଣ ଭାଙ୍ଗି ଯାଇଛି ଓ ମେସିନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଯାଇଛି।

{"id":542215,"width":615,"height":461,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.