ଦୁବାଇରେ ବସ୍-ଟ୍ରକ୍ ଧକ୍କା, ଆହତଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ଶ୍ରମିକ
13/01/2021 at 8:13 PM

ଦୁବାଇ : ୟୁଏଇର ଦୁବାଇସ୍ଥିତ ଜେବେଲ ଅଲି ଇଣ୍ଡଷ୍ଟ୍ରିଆଲ ପାର୍କରେ ବୁଧବାର ଟ୍ରକ୍ ଓ ବସ୍ ମଧ୍ୟରେ ଧକ୍କା ଲାଗିଛି। ଫଳରେ ବସ୍ରେ ଯାତ୍ରା କରୁଥିବା ୨୭ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ଶ୍ରମିକ ବୋଲି ସ୍ପଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କେତେକ ଭାରତୀୟ ଥିବା ଜଣାପଡିଛି।
ଦୁର୍ଘଟଣା ସ୍ଥାନୀୟ ସମୟ ସକାଳ ସାଢେ ୮ଟା ବେଳେ ହୋଇଛି। ଅତର କମ୍ପାନୀରେ କାମ କରୁଥିବା ଶ୍ରମିକଙ୍କୁ ନେଇ ଯାଉଥିବା ବସ୍କୁ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆହତ ଶ୍ରମିକଙ୍କୁ ଦୁବାଇ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କୁ ହାଲକାରୁ ମଧ୍ୟମ ଧରଣର ଆଘାତ ଲାଗିଥିବା ଏନଏମସି ରୟାଲ ହସ୍ପିଟାଲ ପକ୍ଷରୁ ସୂଚିତ କରାଯାଇଛି।
ଟ୍ରକ୍ ଓ ବସ୍ ଆଗପଛ ହୋଇ ଚାଲୁଥିଲେ। ପରସ୍ପର ମଧ୍ୟରେ ଦୂରତା କମ୍ ଥିଲା। ଆଗ ବାହାନ ବ୍ରେକ କଷିବାରୁ ପଛ ବାହନ ଧକ୍କା ହୋଇଥିଲା। ସମସ୍ତ ଆହତ ଯାତ୍ରୀ ଭାରତୀୟ ବୋଲି ଯାତାୟାତ ବିଭାଗର ନିର୍ଦ୍ଦେଶକ କହିଛନ୍ତି। ସେମାନେ ଉଦ୍ୟୋଗ ପାର୍କରେ ଥିବା ଅତର କମ୍ପାନୀରେ କାମ କରନ୍ତି ବୋଲି ନିର୍ଦ୍ଦେଶକ ସୂଚିତ କରିଛନ୍ତି।