ଠିଆ ହୋଇଥିବା ବସ୍ରେ ଲାଗିଗଲା ନିଆଁ, କେଇ ମିନିଟ୍ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
27/01/2021 at 1:58 PM

କେନ୍ଦୁଝର ୨୭।୧: କେନ୍ଦୁଝରରେ ହୁତୁ ହୁତୁ ହୋଇ ଜଳିଗଲା ଘରୋଇ ବସ୍ । ପଡିଆରେ ଠିଆ ହୋଇଥିବା ବେଳେ ବସ୍ ରେ ନିଆଁ ଲାଗିଯାଇଥିଲା ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ମାଇନିଂ ସ୍ଥିତ ଡିଆଇସି ଅଫିସ୍ ପଛ ପଟ ପଡିଆରେ ଠିଆ ହୋଇଥିବା ବସ୍ ରେ ନିଆଁ ଲାଗିଯାଇଛି । ବୁଧବାର ଦିନ ୧୨ଟା ୩୦ମିନିଟ୍ ସମୟରେ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡ ଫଳରେ ବସ୍ ଟି ସଂପୂର୍ଣ୍ଣ ଜଳିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
Related Posts
ଟ୍ରାକ୍ଟର ମାଡିଯାଇ ଡ୍ରାଇଭରଙ୍କ ମୃତ୍ୟୁ
25 February 2021
ଭୁବନେଶ୍ୱର ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ, ଲକ୍ଷଣ ଦେଖାଗଲେ ଟେଷ୍ଟିଂ ଜରୁରୀ
25 February 2021