Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବଡ ଧରଣର ଅଗ୍ନିକାଣ୍ଡ : ଜଳିଗଲା ‘ଚକାଡୋଳା’ ବସ୍, ସମସ୍ତେ ଭୟଭୀତ

28/08/2019 at 2:27 PM

ଭୁବନେଶ୍ବର ୨୮୮:  ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ଚକାଡୋଳା ନାମକ ବସ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ କରିବାକୁ ଦମକଳ ବାହିନୀର ଉଦ୍ୟମ ଜାରି ରହିଛି ।

ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ । ତେବେ ବସ୍‌ଟି ଦୀର୍ଘ ଏକ ଘଣ୍ଟା ଧରି ବସ୍‌ଟି ଜଳୁଥିବାବେଳେ ଅଗ୍ନିଶମବାହିନୀ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ବସ୍‌ଷ୍ଟାଣ୍ଡରେ ଉପସ୍ଥିତ ତିବା ଯାତ୍ରୀ ଏବଂ ବ୍ୟବସାୟୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍ ଚଳାଛଲ କରିଥାଏ । ତେବେ ପ୍ରତିଦିନ ଷ୍ଟାଣ୍ଡରେ ଶହ ଶହ ଆସି ରହିଥାନ୍ତି । ଏଠାରୁ ହିଁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ଆରମ୍ଭ କରିଥାନ୍ତି ।

ଚକାଡୋଳା ନାମକ ବସ୍ ମଧ୍ୟ ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିଲା । ତେବେ ହଠାତ୍ ବସ୍‌ଟିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଅଳ୍ପ ସମୟରେ ବସ୍‌ଟି ସଂପୂର୍ଣ୍ଣ ଜଳିଯାଇଥିଲା । ତେବେ ନିଆଁକୁ ଆତୟ କରିଛି ଦମକଳ ବାହିନୀ ।

   Related Posts