ଚଳନ୍ତା ବସ୍ରେ ନିଆଁ : ଜଣେ ମେଡିକାଲରେ ଭର୍ତ୍ତି, ଅଳ୍ପକେ ବର୍ତ୍ତିଲେ ଅନ୍ୟ ଯାତ୍ରୀ
7/03/2020 at 2:28 PM

ଭଦ୍ରକ ୭।୩: ବସରେ ଲାଗିଲା ନିଆଁ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ନନ୍ଦପୁର ନିକଟରେ ବସରେ ନିଆଁ ଲାଗିଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବସର ବିଦ୍ୟୁତ ୱାରିଙ୍ଗରୁ ଧୂଆଁ ବାହାରିବାରୁ ଯାତ୍ରୀମାନେ ଭୟଭୀତ ହୋଇଥିଲେ ।

ବସଟି ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଆସୁଥିଲା । ହଠାତ୍ ବସ୍ ଭିତରେ ଧୂଆଁ ବାହାରୁଥିବା ଯାତ୍ରୀ ଦେଖିଥିଲେ । ନନ୍ଦପୁର ନିକଟରେ ବସ ଅଟକାଇ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ଭଦ୍ରକ ଅତିରିକ୍ତ ଏସପି ବିକାଶ ଦାସ ତିହିଡି ଅଞ୍ଚଳରୁ ଫେରୁଥିବା ବେଳେ ଗାଡିରୁ ଧୂଆଁ ବାହାରୁଥିବା ଦେଖି ବସକୁ ଅଟକାଇ ନିଆଁ ଲିଭାଇବା କାର୍ଯ୍ୟରେ ସାହାଯ୍ୟ କରିଥିଲେ ।

ଧୂଆଁରେ ଅଣନିଶ୍ବାସୀ ହୋଇଥିବା ଜଣେ ନାବାଳିକାଙ୍କୁ ତିହିଡି ପୋଲିସ ଉଦ୍ଧାର କରି ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଅତିରିକ୍ତ ଏସପି ବିକାଶ ଦାସ ସୂଚନା ଦେଇଛନ୍ତି ।