Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା, ୧୫ ଆହତ

17/05/2020 at 7:48 AM

କୋଲକାତା ୧୭।୦୫: ଦେଶର କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଜାରି ହୋଇଛି । ଲକ୍‌ଡାଉନ୍‌ ସମୟରେ ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଶ୍ରମିକମାନ ଫସିରହିଛନ୍ତି ଅନେକ ଶ୍ରମିକ । ଘରକୁ ଆସିବା ପାଇଁ ଶ୍ରମିକ ମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି । କେହି କେହି ଟ୍ରକରେ ଆସୁଛନ୍ତି , ତ ଆଉ କେହି ଚାଲି ଚାଲି ଆସୁଛନ୍ତି । ତେବେ ଏହିପରି ଶ୍ରମିକମାନେ ଆସୁଥିବା ବେଳେ ଦୁର୍ଘଟଣାର ଶୀକାର ହେଉଛନ୍ତି । ଯାହାଫଳରେ କିଛି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଶ୍ରମିକ ଆହତ ମଧ୍ୟ ହେଉଛନ୍ତି । ସେହିପରି ପଶ୍ଚିମବଙ୍ଗରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ଯାଇଛି । ଯାହାଫଳରେ କିଛି ଶ୍ରମିକ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ,  ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ପଶ୍ଚିମବଙ୍ଗର ଜଲଫାଇଗୁଡି ନିକଟରେ ଦୁର୍ଘଟଣାର ଶୀକାର ହୋଇଛି । ଯେଉଁଠାରେ ବସ୍‌ଟି ଓଲଟି ପଡିଛି । ଏବଂ ବସ୍‌ ଥିବା ଶ୍ରମିକଙ୍କ ମଧ୍ୟରୁ ୧୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପ୍ରବାସୀ ଶ୍ରମିକ ବିହାର ଅନ୍ତର୍ଗତ ସାହୁଦାଂଗୀ ଇଟା କରାଖାନାରେ କାମ କରୁଥିଲେ । ସମସ୍ତ ଶ୍ରମିକ ବସ୍‌ ଯୋଗେ ଜଲ୍‌ଫାଇଗୁଡିରୁ ନିଜ ଘରକୁ ଫେରୁଥିଲେ । କିନ୍ତୁ ବାଟରେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରେ ୪ଜଣ ମହିଳା, ୩ଜଣ ଶିଶୁ ଏବଂ ୧୫ଜଣ ବ୍ୟକ୍ତି ଆହତ ହୋଇଛି । ତେବେ ଦୁର୍ଘଟଣାର ଖବର ପାଇଁ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣା ପରେ ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts