ପାକିସ୍ତାନରେ ବଡ ଧରଣର ଦୁର୍ଘଟଣା : ବସ୍‌କୁ ଧକ୍କା ଦେଲା ଟ୍ରେନ୍, ୧୯ ଶିଖ୍ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Published By : Prameya-News7 Bureau | July 03, 2020 IST

କରାଚୀ ୦୩/୦୭ : ଶୁକ୍ରବାର ଅପରାହ୍ନରେ ପାକିସ୍ତାନରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ୧୯ ଶିଖ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି | ଏ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛନ୍ତି |

{"id":295389,"width":574,"height":385,"sizeSlug":"large"}

ଦୁର୍ଘଟଣା ପାକିସ୍ତାନ ଶିଖପୁରା ଜିଲ୍ଲାରେ ହୋଇଛି | ରେଲୱେ କ୍ରସିଂରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି | ରେଲୱେ କ୍ରସିଂରେ ଫାଟକ ନଥିବା ଅଭିଯୋଗ ହୋଇଛି | ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି | ସମସ୍ତ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ସୂଚନାଯୋଗ୍ୟ ଯେ, ୨୫ ଶ୍ରଦ୍ଧାଳୁ ପେଶୱାର ସଚ ସଉଦା ଗୁରୁଦ୍ୱାରା ଯାତ୍ରା କରୁଥିଲେ | ସେମାନଙ୍କ ମଧ୍ୟରୁ ୧୯ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି |

wp:core-embed/twitter {"url":"https://twitter.com/ANI/status/1278998858601824256","type":"rich","providerNameSlug":"twitter","className":""}
https://twitter.com/ANI/status/1278998858601824256
/wp:core-embed/twitter

ସୂଚନା ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ ଏବଂ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ ଦ୍ରୁତ ଗତିରେ ଯାଉଥିଲା ଏବଂ ଜଲଦି ଜଲଦିରେ ରେଲୱେ କ୍ରସିଂ ପାର କରିବାକୁ ଚେଷ୍ଟା କରିଥିଲା | କିନ୍ତୁ ଦୁର୍ଭାଗ୍ୟବଶତଃ ଠିକ ସମୟରେ ଟ୍ରେନ ଆସିଯାଇଥିଲା ଏବଂ ବସକୁ ଧକ୍କା ଦେଇଥିଲା |

{"id":295404,"sizeSlug":"large"}

ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରଶିଦ ଅହମଦ ଘଟଣାର ତଦନ୍ତ ରିପୋର୍ଟ ମାଗିଛନ୍ତି ଏବଂ ଡ଼ିଭିଜନାଲ ଇଞ୍ଜିନିୟରଙ୍କୁ ସସ୍ପେଣ୍ଡ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.