Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବସ୍ ଓଲଟି ଯିବାରୁ ଲାଗିଲା ନିଆଁ: ୧୩ ଯାତ୍ରୀଙ୍କ ମୃତ୍ୟୁ, ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

27/09/2020 at 11:10 AM

କରାଚୀ ୨୭/୦୯ : ପାକିସ୍ତାନରେ ହାଇଦ୍ରାବାଦରୁ କରାଚୀ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଦ୍ରୁତ ବେଗରେ ଆସୁଥିଲା ଏବଂ ହଠାତ ରାସ୍ତାରୁ ତଳକୁ ଖସି ଓଲଟି ଯାଇଥିଲା | ଫଳରେ ବସରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ କହିବାନୁସାରେ ବସ୍ ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି । ପୋଲିସ ଓ ଉଦ୍ଧାରକାରୀ ଦଳ କହିଛନ୍ତି ଯେ ବସଟି ଦ୍ରୁତ ଗତିରେ ଯାଉଥିଲା ଏବଂ ଅଚାନକ ବ୍ରେକ୍ ମାରିବାରୁ ଓଲଟି ପଡିଥିଲା । ଓଲଟି ପଡିବାରୁ ବସରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ନୁରିୟାବାଦ ଅଞ୍ଚଳରେ ଘଟିଛି ।

ପୋଲିସ ଆଇଜି ଡ.ଅଫତାଵ ପଠାନ କହିଛନ୍ତି ଯେ, ବସରେ ସାମାଜିକ ଦୂରତା ପାଳନ କରି ୨୨ ଜଣ ଯାତ୍ରୀ ଥିଲେ । ବସରେ ହଠାତ ନିଆଁ ଲାଗିବାରୁ ଲୋକେ ବସରେ ଫସିଗଲେ ଏବଂ ନିଆଁରେ ପୋଡି ଯାଇଛନ୍ତି । ୧୩ ଜଣ ଦୁର୍ଘଟଣାର ଅଳ୍ପ କିଛି ସମୟ ମଧ୍ୟରେ ହିଁ ପ୍ରାଣ ହରାଇଥିଲେ । ବାକି ୮ଜଣଙ୍କୁ ବସରୁ ଉଦ୍ଧାର କରାଯାଇଥିଲା । ବାକି ୮ ଜଣ ଗଭୀର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଉଦ୍ଧାରକାରୀ ଟିମ୍ ବସରୁ ମୃତଦେହ ବାହାର କରିବାକୁ ଉଦ୍ୟମ କରୁଛନ୍ତି । ଅଧିକାରୀ କହିଛନ୍ତି ଯେ ହାଇଦ୍ରାବାଦରୁ ୬୦ କିଲୋମିଟର ଦୂରରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।

   Related Posts