ପରିବାର ପ୍ରତିପୋଷଣ ପାଇଁ ପଦାକୁ ଗୋଡ଼ କାଢ଼ିଥିଲେ ପ୍ରଫୁଲ୍ଲ: ଅଧବାଟରେ ବସ ଭିତରେ ଚାଲିଗଲା ଜୀବନ

Published By : Prameya-News7 Bureau | December 27, 2020 IST

ଦେବଗଡ଼୨୭/୧୨: ବସ ଭିତରେ ଜଣେ ଶ୍ରମିକଙ୍କ ମୃତ୍ୟୁ। ନିଜ ପରିବାର ପ୍ରତିପୋଷଣ ପାଇଁ କାମ କରିବାକୁ ପଶ୍ଚିମବଙ୍ଗରୁ ଗୋଆ ଅଭିମୁଖେ ଯାଉଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ମାଲଦା ଜିଲ୍ଲା କୁଲହାରୀ ଗ୍ରାମର ୪୦ ବର୍ଷ ବୟସ୍କ ପ୍ରଫୁଲ୍ଲ ବିଶ୍ବାସ।

ମିଳିଥିବା ସୂଚନା ମୁତାବକ, ଅନ୍ୟମାନଙ୍କ ସହ ମିଶି ପ୍ରଫୁଲ୍ଲ ଗୋଆ ଅଭିମୁଖେ ବାହାରିଥିଲେ। ଦେବଗଡ ଅଞ୍ଚଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଏହି ଘଟଣା ସଂପର୍କରେ ଜାଣିବା ପରେ ଅନ୍ୟ ସହଯୋଗୀମାନେ ଏନେଇ ଦେବଗଡ ଥାନାରେ ଜଣାଇଥିଲେ। ମୃତଦେହକୁ ଦେବଗଡ ଡାକ୍ତରଖାନାରେ ସୁରକ୍ଷିତ ଭାବେ ରଖାଯାଇଛି । ମୃତ ଶ୍ରମିକଙ୍କ ପରିବାର ଲୋକେ ଆସିବା ପରେ ଶବ ବ୍ୟବଛେଦ କରାଯିବ ବୋଲି ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.