ବସରେ ଯାଉଥିବା ଯାତ୍ରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ ; ୩୪ ମୃତ

Published By : Prameya-News7 Bureau | November 15, 2020 IST

ଇଥିଓପିଆ ୧୫/୧୧ : ବସରେ ଯାଉଥିବା ଯାତ୍ରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ । ଓ୍ବେଷ୍ଟର୍ଣ୍ଣ ଇଥିଓପିଆରେ ଏକ ଯାତ୍ରୀବାହୀ ବସ ଉପରକୁ ଆତତାୟୀମାନେ ଆଖିବୁଜା ଗୁଳିମାଡ କରିବାରୁ ୩୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ ଶନିବାର ରାତିରେ ଏକ ଯାତ୍ରୀବାହୀ ବସକୁ କିଛି ଆତତାୟୀ ହାଇଜାକ କରିନେଇଥିଲେ । କେହି କିଛି ବୁଝିବା ଆଗରୁ ସେମାନେ ​ବସ ମଧ୍ୟରେ ଥିବା ଯାତ୍ରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଏହି ଘଟଣା ପରେ ଇଥିଓପିଆର ପୋଲିସ କମିଶନର ଡାନିଏଲ ବେକେଲେ କହିଛନ୍ତି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହା ପୂର୍ବରୁ ସେପ୍ଟମ୍ବର ମାସରେ ବେନିସାଙ୍ଗୁଲ-ଗୁମୁଜରେ ମଧ୍ୟ ଆକ୍ରମଣ ହୋଇଥିଲା ଯେଉଁଥିରେ ୧୫ ଜଣ ଏବଂ ଅକ୍ଟୋବର ମାସରେ ସେହି ସ୍ଥାନରେ ପୁଣି ଆକ୍ରମଣ ହୋଇଥିଲା ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

ପ୍ରଧାନମନ୍ତ୍ରୀ ଅବୀ ଅହମ୍ମଦ ଟାଇଗ୍ରେରେ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଦ୍ବାରା ଲମ୍ବା ସମୟ ଧରି ଶାସିତ ଅଞ୍ଚଳରେ ସୈନ୍ୟ ଅଭିଯାନ ଆରମ୍ଭ କରିବାକୁ ନଭେମ୍ବର ୪ ତାରିଖରେ ଆଦେଶ ଦେବା ପରେ ଦେଶରେ ଅଶାନ୍ତି ବାତାବରଣ ଦେଖିବାକୁ ମିଳୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.