ଲକଡାଉନରେ ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ଯାଉଥିଲା ବସ, ସୋରରେ ଅଟକାଇଲେ ଲୋକେ

Published By : Prameya-News7 Bureau | June 04, 2021 IST

ସୋର, ୦୪।୦୬ : କର୍ଣ୍ଣାଟକ ଯାଉଥିବା ବେଳେ ଅଟକ ରହିଲା ବସ୍ । ବସକୁ ଅଟକ ରଖି ପୋଲିସକୁ ଜିମା ଦେଲେ ସ୍ଥାନୀୟ ଲୋକେ । କୋଲକାତାରୁ ଓଡିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ଏହାକୁ ଅଟକ ରଖାଯାଇଚି ।

ସୂଚନା ଅନୁସାରେ, ୮୩ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ଏକ ବସରେ କର୍ଣ୍ଣାଟକ ଯାଉଥିଲେ । ତେବେ ୧୬ ନଂ ଜାତୀୟ ରାଜପଥ ଛଅ ପୋଲିଆ ନିକଟରେ  କିଛି ଲୋକ ବସ ଓ ଶ୍ରମିକଙ୍କୁ ଅଟକ ରଖିଥିଲେ । ଏହାପରେ ପୋଲିସକୁ ସେମାନେ ସୂଚନା ଦେଇଥିଲେ ।

 ବସରେ ୬୩ ଜଣ ଯିବା ପାଇଁ ଅନୁମତି ରହିଥିବା ବେଳେ ୮୩ ଶ୍ରମିକ ଯାତ୍ରା କରୁଥିଲେ l ଶ୍ରମିକମାନେ କୋଭିଡ ନିୟମକୁ ବେଖାତିର କରି ବିନା ମାସ୍କ ଯାତ୍ରା କରୁଥିବା ବେଳେ ସ୍ଥାନୀୟ ଲୋକ ଏହାକୁ ଅଟକାଇଥିଲେ । ପୋଲିସ ଜିଲ୍ଲା ଶ୍ରମ ବିଭାଗକୁ ଖବର ଦେଇ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.