Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବନ୍ଦ ଡାକରା ଯୋଗୁଁ ବସ୍‌ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

8/01/2020 at 4:03 PM

ଭୁବନେଶ୍ୱର ୦୮।୦୧ – ଟ୍ରେଡ ୟୁନିୟନର ଭାରତ ବନ୍ଦ ଡାକରାରେ ଭୁବନେଶ୍ବରରେ ପ୍ରଭାବ । ବସ୍ ଟ୍ରେନ୍ ଟ୍ରକ କାର ସବୁ ଠପ୍ । ସକାଳୁ ଟ୍ରେନ ଓ ବସ୍ ଚଳାଚଳ ବନ୍ଦ କରିଥିଲେ ଆନ୍ଦୋଳନକାରୀ । ଟ୍ରେଡ ୟୁନିୟନର ବନ୍ଦ ଡାକରାକୁ ସମର୍ଥନ ଜଣାଇ କଂଗ୍ରେସ ଓ ବ୍ୟାଙ୍କ କର୍ମଚାରୀ ମାନେ ଏଥିରେ ସାମିଲ ହୋଇଥିଲେ । ବିଶେଷ କରି ରେଳଷ୍ଟେସନ , ମାଷ୍ଟରକ୍ୟାଣ୍ଟିନ , ପାତ୍ରପଡା ଛକ ବାଣିବିହାର ଆଦି ଛକରେ ବିଭିନ୍ନ ସଙ୍ଗଠନର କର୍ମିମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ବସ୍ ଚକା ଜାମ୍ । ଟ୍ରେନ ଠପ୍ । କାଁ ଭାଁ କାର୍ ଗଡିଛି ରାଜଧାନୀରେ । ବାମପନ୍ଥି ସମର୍ଥିତ ଟ୍ରେଡ ୟୁନିୟନର ଭାରତ ବନ୍ଦ ଡାକରାରେ ଏଭଳି ପ୍ରଭାବ ଦେଖିବାକୁ ମିଳିଛି ଭୁବନେଶ୍ବରରେ । ଦୋକାନ ବଜାର ଠୁ ଆରମ୍ଭ କରି ସ୍କୁଲ କଲେଜ ପର୍ଯନ୍ତ ସବୁ ଏକପ୍ରକାର ବନ୍ଦ ରହିଥିଲା । ହେଲେ ବାଇକ୍ ଚଳାଚଳ ସ୍ବାଭାବିକ ରହିବା ସହ ଟ୍ରାଫିକ୍ ଚାଲୁ ରହିଥିଲା । ଆଜି ସକାଳୁ ବନ୍ଦର ପ୍ରଭାବ ଆରମ୍ଭ ହୋଇଯାଇଥିଲା । ପ୍ରଥମେ ପାତ୍ରପଡା ଛକରେ ଆରମ୍ଭ ହୋଇଯାଇଥିଲା ରାସ୍ତାରୋକ । ତାପରେ ବାଣିବିହାର , ନାଲକୋ ଛକ , ଡମଣା , ପଳାଶୁଣି , ମାଷ୍ଟରକ୍ୟାଣ୍ଟିନ ଛକ, ରେଳଷ୍ଟେସନ, ବରମୁଣ୍ଡା ବସଷ୍ଟାଣ୍ଡ , କଳ୍ପନା ଛକ ଆଦି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଷ୍ଟେସନରେ ପ୍ରଥମେ ପୁରୀ- ରାଉଲକେଲା ଓ ତାପରେ ଦୁରନ୍ତ , ଚେନାଇ ହାଓଡା ଆଦି ଟ୍ରେନକୁ ଅଟକାଇଥିଲେ ଆନ୍ଦୋଳନକାରୀ । ସେହିଭଳି ବରମୁଣ୍ଡା ବସଷ୍ଟାଣ୍ଡରୁ ଗୋଟିଏ ବସ୍ ଗଡିନଥିଲା । ବନ୍ଦରେ ବାମପନ୍ଥି ଦଳଙ୍କୁ ସମର୍ଥନ କରିଥିଲା କଂଗ୍ରେସ । କଂଗ୍ରେସ ଓ ବାମପନ୍ଥି କର୍ମି ଓ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରି ବନ୍ଦ କରିଥିଲେ ।

 ବନ୍ଦ ପ୍ରଭାବରେ ଖଣ୍ଡଗିରିରୁ ପାତ୍ରପଡା ପର୍ଯ୍ୟନ୍ତ ଶହ ଶହ ଟ୍ରକ, କାର ଓ ଚାରିଚକିଆ ଯାନ ଏନ୍ ଏଚ୍  ଉପରେ ଛିଡା ହୋଇ ରହିଥିଲା । ସେପଟେ ବନ୍ଦ ପାଇଁ ଭୁବନେଶ୍ବର ଷ୍ଟେସନ ଓ ବରମୁଣ୍ଡା ବସଷ୍ଟାଣ୍ଡରେ ବହୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ବିଭିନ୍ନ ବ୍ୟାଙ୍କ କର୍ମଚାରୀ ବନ୍ଦକୁ ବିରୋଧ କରୁଥିବାରୁ ବ୍ୟାଙ୍କ ସେବା ବି ବାଧାପ୍ରାପ୍ତ ହୋଇଥିଲା । ସେହିଭଳି ଆଜି ଜେଇଇ ମେନ ପରିକ୍ଷା ରହିଥିବାରୁ ଅନେକ ଛାତ୍ର ଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଁଚିବାକୁ ନାନା ଅସୁବିଧାର ସମୁଖିନ୍ନ ହୋଇଥିଲେ । କିଛି ଛାତ୍ତଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଁଚି ପାରି ନଥିବାରୁ ଅବିଭାବକ ମାନେ  ନିଜର  ଅସନ୍ତୋସ ବ୍ୟକ୍ତ କରିଥିଲେ ।

ସେପଟେ କମିସନରେଟ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ତାନରେ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା । ବନ୍ଦ ବେଳେ ଭୁବନେଶ୍ବରରେ ସେଭଳି କିଛି ଅପ୍ରିତିକର ପରିସ୍ଥିତି ଉପୁଜି ନଥିଲେ ସୁଦ୍ଧା କେତେକ ସ୍ଥାନରେ ଆନ୍ଦୋଳନକାରୀ ଟାୟାର ଜାଳି ରାସ୍ତା ଅବରୋଦ୍ଧ କରିଥିଲେ । ବିଭିନ୍ନ ସ୍ଥାନରେ ରାଲି ବାହାରିଥିଲା ।   ଆନ୍ଦୋଳନ ବେଳେ ଯେଉଁମାନେ ବିନା ହେଲମେଣ୍ଟ କିମ୍ବା ସିଟ୍ ବେଲ୍ଟ ନବାନ୍ଧି ଆଇନକୁ ଉଲଙ୍ଘନ କରିଥିବେ ସିସିଟିଭି ଜରିଆରେ ସେମାନଙ୍କୁ ଠାବ କରାଯାଇ ଫାଇନ ଚାଲାଣ କଟାଜିବ ବୋଲି କହିଛନ୍ତି ଅତିରିକ୍ତ ପୋଲିସ କମିସନର ଅନୁପ ସାହୁ ।

ବାରଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଦରଦାମ୍ ବୃଦ୍ଧିରୁ ଆରମ୍ଭ କରି ସାମାଜିକ ସୁରକ୍ଷା, ଦେଶର ଅର୍ଥନୀତି ପର୍ଯ୍ୟନ୍ତ ଆଦି ଅନେକ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ଗର୍ଜିଥିଲେ ଆନ୍ଦୋଳନକାରୀ ।

ବ୍ରହ୍ମପୁରରେ ଚକ ଅଖ ବନ୍ଦ । ରେଳ ଷ୍ଟେସନ୍‌ରେ ବହୁ ସମୟ ଧରି ରେଳ ରୋକ କରିଥିଲେ ବିଭିନ୍ନ ସଂଗଠନ। ଦୀର୍ଘ ସମୟ ଧରି ବ୍ରହ୍ମପୁର ଠାରେ ବ୍ରହ୍ମପୁର – ଭଦ୍ରକ ମେମୁ, ପଲାସା ଡି.ଏମ୍.ୟୁ ଓ ୟସମନ୍ତପୁର – ହାୱଡା ଟ୍ରେନ୍ ଅଟକି ରହିଥିଲା। ବନ୍ଦ ଫଳରେ ଯାତ୍ରୀମାନେ ନାହିଁନଥିବା ହଇରାଣ ହୋଇଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ୍ ମଧ୍ୟ ବନ୍ଦ ଥିଲା। ଦୋକାନ, ବଜାର ମଧ୍ୟ ବନ୍ଦ ଥିଲା। ବିଭିନ୍ନ ସଂଗଠନ ସହରରେ ପିକେଟିଂ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା। ବସ୍ ଚଳାଚଳ ବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ ।  

ସମ୍ବଲପୁର…ଭାରତ ବନ୍ଦ ଡାକରାର ପ୍ରଭାବ ସମ୍ବଲପୁରରେ ଦେଖିବାକୁ ମିଳିଛି। ସକାଳୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରେଡ୍‌ ୟୁନିୟନ ନେତାମାନେ  ପିକେଟିଂ କରି ସମସ୍ତ ଅଫିସ ବନ୍ଦ କରିଦେଇଥିଲେ । ବସ୍‌ ଟ୍ରକ୍‌ ଚଳାଚଳ ବନ୍ଦ ରହିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରରେ ମୋଟ ୭ପ୍ଲାଟୁନ୍‌ ପୋଲିସ୍‌ ସହ ୨୦ଜଣ ଅଫିସର ନିୟୋଜିତ ରହିଥିଲେ ।

ରାଉରକେଲା… ରାଉରକେଲାରେ ମଧ୍ୟ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ବ୍ୟାଙ୍କ , ପେଟ୍ରୋଲ ପମ୍ପ ସହ  ଦୋକାନ ବଜାର ସବୁ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଗାଡ଼ି ଚଳାଚଳ ଠପ୍ ଯୋଗୁଁ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି ।  

କେନ୍ଦ୍ରାପଡ଼ା… ମିଳିତ trade union ପକ୍ଷରୁ କେନ୍ଦ୍ରାପଡ଼ାରେ ମଧ୍ୟ ବନ୍ଦ ପାଳନ କରାଯାଇଛି l ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ । ସହରର ଦୁହୁରିଆ, ତିନିମୁହାଣି, ବସ ଷ୍ଟାଣ୍ଡ, ଶାନ୍ତ ସାହି ଚ୍ଛକ ଆଦି ସ୍ଥାନରେ  କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୁଦ୍ଧରେ ନାରାବାଜି କରିଥିଲେ ଆନ୍ଦୋଳନକାରୀ ।

କନ୍ଧମାଳ… ଭାରତ ବନ୍ଦର ପ୍ରଭାବ ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ବାଇକ ର୍ୟାଲୀରେ ଫୁଲବାଣୀ ସହରର ବିଭିନ୍ନ ଛକ ଓ ବଜାରର ବୁଲି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହାସହ ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା । ସରକାରୀ ଓ ବେସରକାରୀ ବସ ଚଳାଚଳମଧ୍ୟ ବନ୍ଦ ରହିଥିଲା । ଫଳରେ ଦୂର ଦୂରାନ୍ତରୁ ଆସିଥିବା ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ସଶସ୍ତ୍ର ପୋଲିସ ମୃତୟନ କରାଯାଇଥିଲା ।

ପୁରୀ… ବନ୍ଦ ଡ଼ାକରାର ପ୍ରଭାବ ପୁରୀରେ ମଧ୍ୟ ଦେଖିବାକୁ ମିଳିଛି। ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଶ୍ରମିକ ସଂଗଠନର ୫ଶହରୁ ଉର୍ଦ୍ଧ ଆନ୍ଦୋଳନକାରୀ ରେଳରୋକ କରିଥିଲେ। ଆନ୍ଦୋନକାରୀମାନେ ଦୀର୍ଘ ସମୟ ଧରି ରେଳ ଧାରଣାରେ ବସି ରହିବା ସହ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ପୁରୀରୁ ଯାଉଥିବା ପୁରୀ-ଗୁଣୁପୁର, ପୁରୀ-ସାନ୍ତାଗାଛି, ପୁରୀ-କଟକ ଟ୍ରେନ୍ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଯାଇନପାରି ଅଟକି ରହିଥିଲେ। ସେହିପରି ଆଜି ବ୍ୟାଙ୍କ, କୋର୍ଟକଚେରୀ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନବଜାର ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା।

ଭଦ୍ରକ… ଭଦ୍ରକ – ପଲାସା ଡିଏମୟୁ ଟ୍ରେନକୁ ଷ୍ଟେସନରେ ଆନ୍ଦୋଳନକାରୀ ଅଟକ ରଖିଥିଲେ । ମଞ୍ଜୁରୀ ରୋଡ ଠାରେ ଦୁଇଟି ମାଲବାହୀ ଟ୍ରେନ ଅଟକି ରହିଥିଲା  ।  ବନ୍ତ ଛକ ଓ ଚରମ୍ପା ଠାରେ ଆନ୍ଦୋଳନକାରୀମାନେ ଗାଡ଼ିଗୁଡ଼ିକ ଅଟକ ରଖିଥିଲେ ।  ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ ଆନ୍ଦୋଳନକାରୀମାନେ ।

ବାଲେଶ୍ବର…ବାଲେଶ୍ବରରେ ମଧ୍ୟ ଦୋକାନ ବଜାର, ସ୍କୁଲ ,କଲେଜ , କୋର୍ଟ , ସରକାରୀ  ଅଫିସ ସବୁ ବନ୍ଦ ରହିଥିଲା । ଏପରିକି ଟ୍ରେନକୁ ମଧ୍ୟ ଷ୍ଟେସନରେ ଅଟକ ରଖାଯାଇଥିଲା । ଜିଲ୍ଲା କୋର୍ଟରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଚାରପତିମାନଙ୍କୁ ଆନ୍ଦୋଳନକାରୀମାନେ କୋର୍ଟ ନଯିବାକୁ ନିବେଦନ କରିଥିଲେ ।

   Related Posts