Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବସ୍‌ ଜାଳିଦେଲେ ଦୁର୍ବୃତ୍ତ, ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଜିଅନ୍ତା ପୋଡ଼ି ମାରିବାକୁ ଉଦ୍ୟମ

11/03/2021 at 9:02 AM

ଚାନ୍ଦବାଲି ୧୧।୦୩ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡ଼ା ଫେରୀ ଘାଟ ନିକଟରେ ଅଘଟଣ । ନାୟକ ନାମକ ଯାତ୍ରାବାହୀ ବସ୍‌କୁ ଜାଳିଦେଲେ ଦୁର୍ବୃତ୍ତ। ଅଳ୍ପକେ ବର୍ତିଗଲେ ଡ୍ରାଇଭର ଓ କଣ୍ଡକ୍ଟର। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଛାନ୍‌ଭିନ୍‌ ଜାରି ।

ଖବର ଅନୁଯାୟୀ, ବସ୍‌ଟି ପ୍ରତିଦିନ ଭୁବନେଶ୍ୱରରୁ ଭାୟ ଚାନ୍ଦବାଲି ଦେଇ ବାଂଶଡ଼ା ଫେରି ଘାଟ ନିକଟରେ ରାତ୍ରୀ ଯାପନ କରିଥାଏ । ପୂର୍ବ ଦିନ ପରି ବୁଧବାର ଦିନ ନିଜର ଯାତ୍ରା ସାରି ଫେରି ଘାଟି ନିକଟରେ ରହିଥିଲା । ବସ୍‌ରେ ଡ୍ରାଇଭର ଓ କଣ୍ଟକ୍ଟର ଉଭୟ ଶୋଇଥିଲେ , ହେଲେ କିଛି ଦୁର୍ବୃତ୍ତ ବସ୍‌ରେ ଆସି ନିଆଁ ଲଗାଇଦେଇଥିଲା ।

ବସ୍‌ରେ ନିଆଁ ଲାଗିବା ଦେଖି ଡ୍ରାଇଭର ଓ କଣ୍ଟକ୍ଟର କାଚ ଭାଙ୍ଗି ବାହାରକୁ ଆସିଯାଇଥିଲେ ।  କିନ୍ତୁ ବସ୍‌ଟି ନିଆଁରେ ପୁରା ଜଳିପୋଡି ପାଉଁଶ ହୋଇଯାଇଛି । ବସ୍‌ କର୍ମଚାରୀ ଅଗ୍ନିଶମ ବାହିନୀକୁ ତୁରନ୍ତ ଏନେଇ ଖବର ଦେଇଥିଲେ , ହେଲେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ବସ୍‌ଟି ସଂପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

   Related Posts