କଟକ-ଜଗତସିଂପୁର ରାସ୍ତାର ହାଜିପୁର ନିକଟରେ ଓଲଟିଲା ବସ୍, ୧୫ରୁ ଊର୍ଦ୍ଧ୍ୱଯାତ୍ରୀ ଆହତ

Published By : Prameya-News7 Bureau | August 02, 2019 IST

ଜଗତସିଂହପୁର ୨।୮:  କଟକରୁ ଜଗତସିଂପୁର ଯାଉଥିବା ‘ଅଭିରାମ’ ନାମକ ଏକ ଯାତ୍ରୀବାହୀ ବସ୍  ଶୁକ୍ରବାର ଅପରାହ୍ଣରେ ହାଜିପୁର ନିକଟରେ ଓଲଟି ପଡିଛି। ଫଳରେ ବସ୍ ରେ ଯାତ୍ରା କରୁଥିବା ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣା ପଡିଛି। ଓଡି-୦୫ଏମ-୫୬୪୪ ନମ୍ବର ବସଟି ଜଗତସିଂହପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

{"id":140081}

ଡ୍ରାଇଭର ବସରୁ ନିୟନ୍ତ୍ରଣ ହରାଇବାରୁ ଧାନ ବିଲ ଭିତରକୁ ପଶି ଓଲଟି ପଡିଛି। ଦୁର୍ଘଟଣା ସୂଚନା ପାଇ ବିରିଡି ଥାନା ପୋଲିସ ଘଟଣା  ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଆହତ ଯାତ୍ରୀମାନଙ୍କୁ ବସ୍ ରୁ ବାହାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ପଠାଯାଉଛି। ବସ୍ ରେ ଏବେ ମଧ୍ୟ ଏନେକ ଯାତ୍ରୀ ଫସି ରହିଛନ୍ତି। ତେବେ ଦୁର୍ଘଟଣା ବେଳେ ବସ୍ ରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଅଧିକ ଖବରକୁ ଅପେକ୍ଷା କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.