ଖଣ୍ଡପଡ଼ା-ପୋସ୍କା ରାସ୍ତାରେ ରତାଖଣ୍ଡିଠାରେ ଗଛରେ ପିଟିହେଲା ବସ, ୬ ଗୁରୁତର
29/10/2018 at 8:12 PM

ନୟାଗଡ଼ ୨୯/୧୦: ନୟାଗଡ଼ରୁ ଢୋଲମରା ଯାଉଥିବା ସଲ୍ମା ନାମକ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟା ସାଢେ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି । ବସଟି ଖଣ୍ଡପଡ଼ା-ପୋସ୍କା ରାସ୍ତାରେ ରତାଖଣ୍ଡି ଠାରେ ଗଛରେ ପିଟିହୋଇ ଯିବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର୍ ହୋଇଯାଇଛି ।