Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପୁଣି ପ୍ରବାସୀ ବସ୍ ଦୁର୍ଘଟଣାଗ୍ରସ୍ତ : ଟ୍ରକ୍‌କୁ ଦେଲା ଧକ୍କା, ଡ୍ରାଇଭରଙ୍କ ସହ ଦୁଇ ଆହତ

28/06/2020 at 9:14 AM

ଟାଙ୍ଗୀ ୨୮।୬: ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗି ଥାନା ଅନ୍ତର୍ଗତ କୋଚିଲା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ପ୍ରବାସୀ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରବାସୀଙ୍କୁ ନେଇ ଏପି୦୩ଏକ୍ସ୫୦୫୦ ନମ୍ବର ବିଶିଷ୍ଟ ବସ୍ ଗତ ୨୬ ତାରିଖ ସନ୍ଧ୍ୟା ୫ଟା ସମୟରେ ବିହାରରୁ ବାହାରି ଚେନ୍ନାଇ, ପଣ୍ଡିଚେରୀ ଯାଉଥିଲା । ରାସ୍ତାରେ ଅଟକି ରହିଥିବା ଏକ ଆଇରନ୍ ବୋଝେଇ ଟ୍ରକ୍ ପଛରେ ଏକ ହାଇଓ୍ବା ଟ୍ରକ୍ ଧକ୍କା ଦେଇଥିଲା । ଠିକ୍ ସେହି ସମୟରେ ପ୍ରବାସୀମାନଙ୍କୁ ନେଇ ଯାଉଥିବା ବସ୍ ଟି ହାଇଓ୍ବା ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଡ୍ରାଇଭରଙ୍କ ସହ ଦୁଇ ପ୍ରବାସୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ-କୁହୁଡି ପୋଲିସ ପକ୍ଷରୁ ଉଦ୍ଧାର କରାଯାଇ ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସମସ୍ତ ପ୍ରବାସୀ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ତେବେ ବସରେ ତାମିଲନାଡୁ ଇସାନଗଞ୍ଜ ଜିଲ୍ଲାର ୩୦ ଜଣ ପ୍ରବାସୀ ଥିଲେ ।

   Related Posts