ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

Published By : Prameya-News7 Bureau | May 05, 2020 IST

ଟାଙ୍ଗୀ ୫।୫ : ପୁଣି ବସ୍ ଦୁୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ବସ୍‌ର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ଛକ ନିକଟରେ ଦୁର୍ଘଟଣା ହୋଇଛି ।

{"id":264826,"sizeSlug":"large"}

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରବାସୀ ଓଡିଆଙ୍କୁ ନେଇ ସିଲ୍କି ଲାଇନ୍ସ ନାମକ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଅଟକି ରହିଥିବା ଏକ ଆମ୍ବ ବୋଝେଇ ଟ୍ରକ୍‌କୁ ପଛ ପଟୁ ଏହି ଯାତ୍ରୀବାହୀ ବସ୍‌ଟି ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି କେ.ଶ୍ରୀକାନ୍ତ ।

{"id":264828,"sizeSlug":"large"}

ବସ୍‌ଟି ହାଇଦ୍ରାବାଦରୁ ବାଙ୍କୀ ଆସୁଥିଲା । ବସ୍‌ଟିରେ ବାଙ୍କୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ପ୍ରାୟ ୪୦ଜଣ ପ୍ରବାସୀ ଓଡିଆ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.