ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେରୁ ବର୍ତ୍ତିଲେ ସମସ୍ତ ଯାତ୍ରୀ

Published By : Prameya-News7 Bureau | October 01, 2021 IST

ଢେଙ୍କାନାଳ ୦୧।୧୦: ଅନୁଗୋଳରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ପଞ୍ଚଜନ୍ୟ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ୫୫ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ନିକଟରେ ଶୁକ୍ରବାର ବସଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଫସି ଯାଇଥିଲା। ଶୌଭାଗ୍ୟବଶତଃ ବସଟି ଓଲଟିନଥିଲା। ତେଣୁ ସମସ୍ତ ଯାତ୍ରୀକୁ ସୁରକ୍ଷିତ ବାହାର କରାଯାଇଛି।   ବସଟି ରାସ୍ତା ପାର୍ଶ୍ୱରେ ନଇଁକି ରହିଥିବା ବେଳେ ଯାତ୍ରୀମାନେ ଫସି ରହିଥିଲେ ।  ସ୍ଥାନୀୟ ଲୋକଙ୍କ ସହାୟତାରେ  ଯାତ୍ରୀମାନେ ସୁରକ୍ଷିତ ଭାବେ ବସରୁ ଉଦ୍ଧାର ହୋଇଥିବା ଜଣାପଡିଛି । ୪୦ଜଣ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି । ପରେ କ୍ରେନ ମାଧ୍ୟମରେ ବସଟିକୁ ରାସ୍ତା ଉପରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.