ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Prameya-News7 Bureau | November 02, 2020 IST

ଚଣ୍ଡିଖୋଲ ୨।୧୧: ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର କୃଷ୍ଣଦାସପୁର ଛକ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।

{"id":354698,"sizeSlug":"large"}

ସୂଚନା ଅନୁସାରେ କୃଷ୍ଣଦାସପୁର ଛକ ନିକଟରେ ବସ୍ କୁ ଏକ କାରଟି ଓଭରଟେକ୍ କରୁଥିଲା । ସେହି ସମୟରେ ବସଟି କାର୍ ସହ ଧକ୍କା ହେବା ଦେଖି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ଉପରକୁ ଚଢି ଯାଇଥିଲା । ଫଳରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ‘ସାହିଲ’ ନାମକ ବସଟି କଟକରୁ କେନ୍ଦ୍ରାପଡା ଅଭିମୁଖେ ଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.