Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ରାସ୍ତା ତଳକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍: ୭ଜଣଙ୍କ ମୃତ୍ୟୁ, ୧୦ ଆହତ, ଉଦ୍ଧାରକାର୍ଯ୍ୟ ଜାରି

10/03/2021 at 12:15 PM

ଚମ୍ବା ୧୦/୦୩ : ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ବଡ ଧାରଣା ସଡକ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ବୁଧବାର ସକାଳୁ ବସ୍ ଦୁର୍ଘଟଣା ହୋଇଛି। ପୋଲିସ ୭ ଜଣଙ୍କ ଶବ ଜବତ କରିଛି। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଚମ୍ବାରୁ ତିସା କଲୋନୀ ଟର୍ଣ୍ଣିଙ୍ଗ୍ ନିକଟରେ ଏହି ଦୁର୍ଘଟଣା ହୋଇଛି। ବସରେ ୨୦ ରୁ ୨୫ ଯାତ୍ରୀ ଥିଲେ। ବସ୍ ବୁନ୍ଦେଡିରୁ ଚମ୍ବା ଯାଉଥିଲା। ହଠାତ ଟର୍ଣ୍ଣିଙ୍ଗ୍ ପାଖରେ ବସ୍ ରାସ୍ତାରୁ ତଳକୁ ଖସିଗଲା। ସୂଚନା ପାଇ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଛନ୍ତି। ଏବେ ସୁଦ୍ଧା ୭ଜଣଙ୍କ ଶବ ଉଦ୍ଧାର ହୋଇଛି।

ତେବେ ଦୁର୍ଘଟଣାର କାରଣ ଏବେ ଯାଏଁ ଜଣାପଡିନାହିଁ। କିନ୍ତୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଦେଇଥିବା ଯୋଗୁଁ ଦୁର୍ଘଟଣା ହୋଇଥିବା ନେଇ ଆଶଙ୍କା କରାଯାଉଛି। ଦୁର୍ଘଟଣା ବହୁତ ଭୟଙ୍କର ଥିଲା। ବସର ପୂର୍ଜା ପୂର୍ଜା ବାହାରି ଯାଇଛି।

ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରତିକ୍ରିୟା ରଖିଛନ୍ତି। ୭ ଜଣଙ୍କ ମୃତ୍ୟୁ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଡିସି ଓ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି ଏବଂ ଜିଲ୍ଲା ପ୍ରଶାସନକୁ ଜରୁରୀ ଗାଇଡଲାଇନ ଜାରି କରାଯାଇଛି ବୋଲି ସେ କହିଛନ୍ତି।

   Related Posts