ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ

Published By : Prameya-News7 Bureau | November 23, 2019 IST

ଭୁବନ ୨୩।୧୧: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ NH-୫୩ ବାଲିଝାଟି ଛକରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ଦୁର୍ଘଟଣାରେ ୧୫ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

{"id":188607,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭୁବନ ବ୍ଲକ NH-୫୩ ବାଲିଝାଟି ଛକରେ  ଏକ ଶକ୍ତି ନାମକ ଯାତ୍ରୀ ବସର ଆଗ ଚକ ବାହାରି ଯିବାରୁ ଭାରସାମ୍ୟ ହରାଇ ବସ୍ ଟି ରାସ୍ତା ତଳକୁ ଖସିପଡିଛି । ବସରେ ଥିବା  ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଯାତ୍ରୀଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସଟି ଢେଙ୍କାନାଳରୁ କାମାକ୍ଷାନଗର ଦେଇ ଭୁବନ ଆସୁଥିଲା । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.