କାଞ୍ଜିପାଣି ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭରଙ୍କ ପାଇଁ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

Published By : Prameya-News7 Bureau | November 17, 2020 IST

ତେଲକୋଇ,୧୭|୧୧:  ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଦିଲ୍ଲା କାଞ୍ଜିପାଣି ଘାଟିରେ ଗୋଟିଏ ଯାତ୍ରୀବାହୀ ଦୁର୍ଘଟଣାଗ୍ରସ୍ତ ହୋଇଛି ।ବସରେ ଥିବା ୪୦ ଜଣଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ତେବେ ବସ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଘାଟି ତଳକୁ ବସଟି ଖସି  ରାସ୍ତା କଡରେ ଥିବା ପଥରରେ ବାଡେଇ ହୋଇ ରହିଯାଇଥିଲା । ବସଟି ରାତ୍ର ସମୟରେ ଯାଜପୁରରୁ କେନ୍ଦୁଝର ଦେଇ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

{"id":362952,"sizeSlug":"large"}

କାଞ୍ଜିପାଣି ଘାଟିରୁ ତଳକୁ ଓହ୍ଲାଉ ଥିବା ବେଳେ ଗାଡିର ବ୍ରେକ ଫେଲ୍ ହୋଇଥିଲା। ।ଡ୍ରାଇଭର ବୁଦ୍ଧି ଖଟାଇ ଗାଡିକୁ ପାହାଡ କଡକୁ ନେଇ ଯାଇଥିଲେ । ରାସ୍ତାକଡ ପଥରରେ  ବାଡେଇ ହୋଇ ବସଟି ରହିଯାଇଥିଲା । ଫଳରେ ବସକୁ  ୧୦୦୦ ଫୁଟ ତଳକୁ ଖସିବାରୁ ବଞ୍ଚାଇ ଦେଇଥିଲେ ଡ୍ରାଇଭର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.