Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରବାସୀ ଓଡିଆଙ୍କୁ ଧରି ଆସୁଥିବା ବେଳେ ଟ୍ୟାଙ୍କରକୁ ଧକ୍କା ଦେଲା ବସ: ଜଣେ ମୃତ, ୧୦ ଆହତ

19/05/2020 at 5:06 PM

ଅନୁଗୋଳ, ୧୯|୦୫:  କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍-୪ ଲାଗୁ ହୋଇଛି । ତେବେ ଲକଡାଉନ୍ ପାଇଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡିଶା ସରକାର ଫେରାଇ ଆଣୁଛନ୍ତି । ଶ୍ରମିକମାନେ ମଧ୍ୟ ସମସ୍ତ ଗାଇଡଲାଇନ୍ ପାଳନ କରି ବିଭିନ୍ନ ମାଧ୍ୟମରେ ରାଜ୍ୟକୁ ଫେରୁଛନ୍ତି । ତେବେ ପ୍ରବାସୀ ଓଡିଆଙ୍କୁ ନେଇ ମହାରାଷ୍ଟ୍ରରୁ ଅନୁଗୋଳ ଆସୁଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନାନୁସାରେ, ପ୍ରବାସୀ ଓଡିଆଙ୍କୁ ନେଇ ମହାରାଷ୍ଟ୍ରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ବସ ଏକ ଟ୍ୟାଙ୍କରକୁ ଧକ୍କା ଦେଇଛି । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ  ୧୦ ଜଣ ଆହତ ହୋଇଛନ୍ତି । ସୋମବାର ରାତିରେ ୫୫ ନମ୍ବର ଜାତୀୟ ରାଜପଥ ହଣ୍ଡପା ଥାନା ଜରପଡା ନିକଟରେ ଏହି ଦୁର୍ଘଟଣା ଘଟିଛି ।

   Related Posts