ଦମ୍ପତ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କିନ୍ତୁ ଘଟଣାସ୍ଥଳରେ ରକ୍ତ ଚିହ୍ନ ନେଇ ସନ୍ଦେହ, ଆକ୍ସିଡେଣ୍ଟ ଥିଓରୀ ଏବେ ଜଟିଳ

Published By : Prameya-News7 Bureau | October 16, 2020 IST

ଝାରସୁଗୁଡ଼ା, ୧୬|୧୦:  ଝାରସୁଗୁଡ଼ା ବ୍ରଜରାଜନଗରରେ ଅଭାବନୀୟ  ଘଟଣା। ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ତେବେ ମୃତଦେହ ପାଖରେ ରକ୍ତ ପଡ଼ିଥିବାରୁ ମୃତ୍ୟୁ ପଛରେ ବଡ଼ ରହସ୍ୟ ଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଥିବା ବେଳେ, ତଦନ୍ତ ପରେ ପୁରା ଘଟଣା ଉପରୁ ରହସ୍ୟ ଉଠିବ ।

{"id":345627,"sizeSlug":"large"}

ଘର ଲୋକ କହୁଛନ୍ତି ନିଆଁରେ ପୋଡ଼ି ମରିଛନ୍ତି । ପୁଅ ବି କହୁଛି ନିଆଁ ଯୋଗୁଁ ମୃତ୍ୟୁ । କିନ୍ତୁ ଆକ୍ସିଡେଣ୍ଟ ପ୍ଲଟ୍‌ର କାହାଣୀ ପୁରା ଅଲଗା । ସ୍ବାମୀ-ସ୍ତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପାଖରେ ରକ୍ତ ଆସିଲା କେଉଁଠୁ ? ଭଲ କରି ଦେଖନ୍ତୁ ଏହି ଭିଜୁଆଲକୁ । କେମିତି ଉଭୟ ପତି-ପତ୍ନୀଙ୍କ ମୃତଦେହ ପାଖରେ ଚଟାଣ ରକ୍ତରଞ୍ଜିତ ହୋଇଛି । ଏଭଳି ଏକ ଘଟଣାକୁ ନେଇ ଝାରସୁଗୁଡ଼ା ବ୍ରଜରାଜନଗର ରାମପୁର କଲୋନୀରେ ପଡ଼ିଛି ଚହଳ । ଛତିଶଗଡ଼ରୁ ଆସି ପେଟପାଟଣା ପାଇଁ ରାମପୁରରେ ନିଜ ପରିବାର ସହିତ ରହୁଥିଲେ ଗିରିବର ଦାସ । ତେବେ ଆଜି ସକାଳେ ହଠାତ୍ ଘର ଚାରିଆଡ଼ୁ ଧୂଆଁ ଉଠିଥିଲା । ଝିଅ ଭାବନା ଓ ପୁଅ ପ୍ରିୟାଂଶୁ ଟିଉସନ୍‌ରୁ ଫେରିଲା ବେଳକୁ ଜଳୁଥିଲେ ବାପା ମାଆ । କେହି କିଛି ବୁଝିବା ପୂର୍ବରୁ ନିଆଁରେ ଜଳି ଯାଇଥିଲେ ଗିରିବର ଓ ପତ୍ନୀ ଗୀତା । କୋଇଲା ଚୁଲି ଲଗାଇବା ସମୟରେ ପ୍ରଥମେ ଗୀତାଙ୍କ ଶରୀରରେ ନିଆଁ ଲାଗିଥିଲା । ପରେ ସ୍ବାମୀ ତାଙ୍କୁ ବଞ୍ଚାଇବାକୁ ଯାଇ ଜଳିଯାଇଥିବା ସମସ୍ତେ କହୁଛନ୍ତି ।

ସ୍ବାମୀ-ସ୍ତ୍ରୀଙ୍କ ମୁଣ୍ଡ ନିକଟରେ ଜମାଟ ବାନ୍ଧି ପଡ଼ିଥିବା ଏହି ରକ୍ତ କିନ୍ତୁ ଅନେକ ପ୍ରଶ୍ନ ଛିଡ଼ା କରିଛି ।ପୋଡ଼ି ହେବା ପରେ ରକ୍ତ ଆସିଲା କେଉଁଠୁ ? ସେମାନଙ୍କୁ କେହି ହତ୍ୟା କରି ପରେ ପୋଡ଼ି ମାରିବାର ନାଟକ ରଚିନାହାନ୍ତି ତ ? ଗିରିବର ଓ ପତ୍ନୀ ଗୀତାଙ୍କ ମଧ୍ୟରୁ କେହି ଅନ୍ୟ ଜଣକୁ ହତ୍ୟା କରି ପରେ ନିଆଁ ଲଗାଇ ନାହାନ୍ତି ତ ?  ତେବେ ଗେଟ୍‌ ବାହାରେ ମଧ୍ୟ ରକ୍ତ ପଡ଼ିଥିବା ଓ କାନ୍ଥରେ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି । ଯାହା ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି ।

{"id":345628,"sizeSlug":"large"}

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଝାରସୁଗୁଡ଼ା ଏସ୍‌ପି ରାହୁଲ ପିଆର୍ ପହଞ୍ଚି କ୍ରାଇମ୍‌ ପ୍ଲଟ୍‌ ଦେଖିଛନ୍ତି ।  ବ୍ରଜରାଜନଗର ଏସଡିପିଓ, ଆଇଆଇସି,ରାମପୁର ଫାଣ୍ଡି ପୋଲିସ ସହ ବେଲପାହାଡ଼ ପୋଲିସ୍ ଛାନ୍‌ଭିନ୍‌ କରୁଛି  | ଘଟଣାର  ତଦନ୍ତ ଚାଲିଥିବା ବେଳେ ଖୁବଶୀଘ୍ର ଅଧିକ ତଥ୍ୟ ମିଳିବ ବୋଲି କହିଛନ୍ତି ଝାରସୁଗୁଡ଼ା ଏସ୍‌ପି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପରିବାର ଲୋକେ ତଥ୍ୟ ଲୁଚାଉଥିବା ଅନୁମାନ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.