ମହିଳା ଡାକ୍ତରଙ୍କ ହତ୍ୟାସ୍ଥଳର କିଛି ଦୂରରେ ମିଳିଳା ଆଉଜଣେ ମହିଳାଙ୍କ ଦରପୋଡା ଶବ

Published By : Prameya-News7 Bureau | November 29, 2019 IST

ହାଇଦ୍ରାବାଦ:  ତେଲେଙ୍ଗାନା ରାଜଧାନୀରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ପୋଡି ହତ୍ୟା କରାଯିବା ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଛି। ତେବେ ଏଥିରେ ପୁଣି ଏକ ଘଟଣା ଯୋଡି ହୋଇଯାଇଛି। ଶମସାବାଦରେ ପୋଲିସ ଆଉଜଣେ ମହିଳାଙ୍କ ଅଧାପୋଡା ଶବ ପାଇଛି । ଯାହା ଏବେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

{"id":191819,"sizeSlug":"large"}

ଡାକ୍ତରଙ୍କୁ ପୋଡି ମାରିବା ସ୍ଥଳରୁ ମାତ୍ର ଅଳ୍ପ କିଛି ଦୂରରେ ପୋଲିସକୁ ଏହି ଶବ ମିଳିଛି। ତେବେ ହାଇଦ୍ରାବାଦ ପୋଲିସ କମିଶନର ବି.ସି.ସଜ୍ଜନର ଦ୍ୱିତୀୟ ଶବଟି ଶମସାବାଦରୁ ମିଳିଥିବା କହିଛନ୍ତି। ଶମସାବାଦ ହାଇଦ୍ରାବାଦ ସହରର ବାହ୍ୟ ଅଞ୍ଚଳ। ପୋଲିସ ମାମଲରେ ଏଫଆଇଆର ରୁଜୁ କରିବା ସହ ଶବକୁ ପୋଷ୍ଟମର୍ଟମ ଲାଗି ସରକାରୀ ହସ୍ପିଟାଲକୁ ପଠାଯାଇଥିବା କମିଶନର କହିଛନ୍ତି।

{"id":191820,"sizeSlug":"large"}

ଏହି ଶବଟି ଶମସାବାଦ ଥାନା  ଅଞ୍ଚଳର ସିଡୁଲ୍ଲାଗଟ୍ଟା ଅଞ୍ଚଳରୁ ଜବତ ହୋଇଥିବା ପୋଲିସ କହିଛି। ମହିଳାଙ୍କ ବୟସ ଆନୁମାନିକ ୩୫ ବର୍ଷ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏବେ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.