Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ବନ୍ଦ କୋଠରୀରେ କୋଇଲା ଚୁଲି ଜାଳି ଶୋଇବା ପଡିଲା ମହଙ୍ଗା, ଅଣନିଃଶ୍ଵାସୀ ହୋଇ ପ୍ରାଣ ହରାଇଲେ ୨ ଭଉଣୀ, ଜଣେ ଗୁରୁତର

21/12/2020 at 4:56 PM

ଗୋରଖପୁର ୨୧।୧୨: ଉତ୍ତର ପ୍ରଦେଶର ଗୋରଖପୁରରେ ବନ୍ଦ କୋଠରୀରେ କୋଇଲା ଚୁଲା  ଜଳେଇ ଶୋଇବା ମହଙ୍ଗା ପଡିଛି। ତିନି ଭଉଣୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅଣନିଃଶ୍ଵାସୀ ହୋଇ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ଗୋରଖପୁର ଜିଲ୍ଲା ବଡହଲଜଙ୍ଗ ଥାନା ଅନ୍ତର୍ଗତ ମଝବଲିଆ ଗାଁରେ ଘଟିଛି। ପୋଲିସ ଦୁଇ ଭଉଣୀଙ୍କ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସୂଚନା ଅନୁଯାୟୀ, ମଝବଲିଆ ଗାଁର ଅବଧେଶ ପ୍ରସାଦଙ୍କ ତିନି ଝିଅ ପ୍ରତୀମା(୨୦), ଅନ୍ତିମା(୧୮) ଓ ନିଧି(୧୭)  ଗୋଟିଏ କୋଠରୀରେ କୋଇଲା ଚୁଲି ଜାଳି ଶୋଇଥିଲେ। କୋଠରୀ ବନ୍ଦ ରହିଥିଲା। ସେଥିରେ ନା ଝରକା ଥିଲା ନା ସ୍କାଇ  ଲାଇଟ୍ ଥିଲା। ଫଳରେ କୋଠରୀ ଭିତରେ ଅମ୍ଳଜାନର ସ୍ତର କମି ଯାଇଥିଲା। ଏହି କାରଣରୁ କୋଇଲା ଚୁଲିର ଧୂଆଁରେ ଅନ୍ତିମା ଓ ନିଧିଙ୍କ ଅଣନିଃଶ୍ଵାସୀ ହୋଇ ମୃତ୍ୟୁ ଘଟିଥିଲା। ତୃତୀୟ ଭଉଣୀ ପ୍ରତୀମାଙ୍କ ଅବସ୍ଥା ଗୁରୁତର ରହିଛି। ଗୋରଖପୁରର ବଡହଲଜଙ୍ଗର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି।

ଦୁଇ ଭଉଣୀଙ୍କ ମୃତ୍ୟୁରେ ପରିବାର ଏବଂ ଗାଁରେ ଶୋକର ଛାୟା ଖେଳି ଯାଇଛି। ରାତିରେ ତିନି ଭଉଣୀ ଖାଇବା ପରେ କୋଠରୀରେ ଶୋଇଥିଲେ। ସୋମବାର  ସକାଳେ କୋଠରୀରୁ କୌଣସି ଶବ୍ଦ ଶୁଣିବାକୁ ମିଳିନଥିଲା। କବାଟ ବାଡେଇଲେ ମଧ୍ୟ କେହି ଉତ୍ତର ଦେଇନଥିଲେ। ଶେଷରେ ଲୁହା ରୋଡ୍‌ରେ କବାଟ ଭଙ୍ଗା ଯାଇଥିଲା। ଭିତରେ ତିନି ଭଉଣୀ ଚେତାଶୂନ୍ୟ ଅବସ୍ଥାରେ ପଡି ରହିଥିଲେ। ତୁରନ୍ତ ପରିବାର ଲୋକ ନିକଟସ୍ଥ ହସ୍ପିଟାଲରେ ତିନି ଜଣଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅନ୍ତିମା ଓ ନିଧିଙ୍କୁ ମୃତ ଘୋଷଣା କରିଥିଲେ।

   Related Posts