Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସର୍ଟ ସର୍କିଟ ହୋଇ ଜିଓ ଟାୱାର ବ୍ୟାଟେରି କୋଠରୀରେ  ଲାଗିଲା ନିଆଁ, ନେଟ୍‌ୱାର୍କ ନାହିଁ, ଚିନ୍ତାରେ ଗ୍ରାହକ

15/11/2021 at 6:45 AM

ଦାରିଙ୍ଗବାଡ଼ି,୧୪/୧୧: ଦାରିଙ୍ଗବାଡ଼ି ଚାରିଛକ ନିକଟରେ ରହିଥିବା ଜିଓ ନେଟୱାର୍କ ଟାୱାରର ବ୍ୟାଟେରୀ କୋଠରୀ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ବଜାରକୁ ଯିବା ଆସିବା କରୁଥିବା ଲୋକେ ପ୍ରଥମେ ବ୍ୟାଟେରୀ କୋଠରୀରୁ ଧୂଆଁ ବାହାରିବା ଦେଖିଥିଲେ । କଣ ହୋଇଛି ବୋଲି କୁହା କୁହି ହେବା ମଧ୍ୟରେ ହଠାତ ପୁଣି ନିଆଁ ହୁ ହୁ ହୋଇ ଜଳିଥିଲା । ଏହା ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ଲୋକେ ।

ସୂଚନା ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିବା ଦେଖିବାକୁ ମିଳିଛି । ଏହା ଫଳରେ ବର୍ତ୍ତମାନ ଜିଓ ନେଟୱାର୍କ ବନ୍ଦ ହୋଇଯାଇଥିବାରୁ ଜିଓ ନେଟୱାର୍କ ଉପରେ ନିର୍ଭର କରି ଆସୁଥିବା ଗ୍ରହାକ ଚିନ୍ତାରେ ଅଛନ୍ତି । ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେଇ ଜିଓ ନେଟୱାର୍କ ସେବା ଯୋଗାଇ ଦେବାକୁ ଅଭିଯୋଗ କରିଛନ୍ତି ।

   Related Posts