Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ସିଲ୍ ହେଲା ବୁର୍ଲା VSSUT, ଅଧ୍ୟାପିକାଙ୍କ ସ୍ବାମୀଙ୍କ କୋଭିଡ୍ ସଂକ୍ରମଣରେ ମୃତ୍ୟୁ ପରେ ସତର୍କତା

30/06/2020 at 12:41 PM

ସମ୍ବଲପୁର ୩୦।୬: ସିଲ୍ ହେଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (VSSUT) । ବୁର୍ଲା VSSUT ଅଧ୍ୟାପିକାଙ୍କ ସ୍ବାମୀ କୋଭିଡ୍ ସଂକ୍ରମିତ ହୋଇ ମୃତ୍ୟୁ ହେବା ପରେ ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କୁଳପତି ସମସ୍ତ ବିଭାଗକୁ ସାନିଟାଇଜ୍ କରିବା ପାଇଁ ବୁର୍ଲା ଅଗ୍ନିଶମ ବିଭାଗକୁ ପତ୍ର ଲେଖିଛନ୍ତି । ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ ନହେବା ପର୍ଯ୍ୟନ୍ତ VSSUTକୁ ସିଲ୍ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ଜଣେ ଅଧ୍ୟାପିକାଙ୍କ ସ୍ବାମୀ ଅନୁଗୋଳରେ ଏକ ରାଷ୍ଟ୍ରାୟତ୍ତ କମ୍ପାନୀରେ ଚାକିରି କରୁଥିଲେ । କିଛି ମାସ ହେଲା ସେ ବୁର୍ଲାର ଭିସୁଟ୍‌ କ୍ୟାମ୍ପସର ସରକାରୀ କ୍ବାର୍ଟରରେ ରହି ଆସୁଥିଲେ । କିଛିଦିନ ପୂର୍ବରୁ ସେ ଅନୁଗୋଳ ଯାଇ ରବିବାର ଫେରିଥିଲେ । ଫେରିବା ପରେ ତାଙ୍କର ଜ୍ବର ହୋଇଥିଲା ।

ତାଙ୍କୁ ଭିମସାରକୁ ଆଣି କୋଭିଡ୍‌ ସ୍କ୍ରିନିଂ ପରେ ଆଇସୋଲେସନ୍‌ରେ ରଖାଯାଇଥିଲା । ତାଙ୍କ ସ୍ବାବ୍ ମଧ୍ୟ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ସେ ଅନୁଗୋଳର ହୋଇଥିବାରୁ ତାଙ୍କୁ ସେଠାକାର କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଅଧ୍ୟାପିକାଙ୍କ ସହ ତାଙ୍କ ସ୍ବାମୀ VSSUT ର ବିଭିନ୍ନ ବିଭାଗ ବୁଲାବୁଲି କରିଥିଲେ । ତେଣୁ କୁଳପତି ଏଭଳି ପଦକ୍ଷେପ ନେଇଛନ୍ତି ।

   Related Posts