ବୁର୍ଲା ଭିସୁଟ୍ ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହେଲା ହଷ୍ଟେଲ୍

Published By : Prameya-News7 Bureau | February 28, 2021 IST

ସମ୍ବଲପୁର, ୨୮|୦୨ : ବୁର୍ଲା ଭିସୁଟ ସଟଡାଉନ୍ । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ତଥା ବର୍ତ୍ତମାନର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି ।

ବୁର୍ଲା ଭିସୁଟର ପୁଲହ, ପୁଲସ୍ତ୍ୟ ଅତ୍ରି, କ୍ରତୁ, ବଶିଷ୍ଠ, ମରିଚି, ଅନୁରାଧା, ଅରୁନ୍ଧତି, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ପୁଲହ ହଷ୍ଟେଲକୁ ଲାଗିଥିବା ଥିବା ଅଂଚଳରୁ ବଫର ଜୋନ୍ ଘୋଷଣା କରାଯାଇଛି ।

ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଏହି ଘୋଷଣା ବଳବତ୍ତର ରହିବ । ଏହା ସହ କଣ୍ଟେନମେଣ୍ଟ ଜୋନରେ ଜରୁରୀକାଳିନ ସେବାକୁ ବାଦ ଦେଲେ  କୌଣସି ଯାନ ବାହନ ଚଳାଚଳ କରିପାରିବ ନାହିଁ । ଏହା ସହ ବାହାର କୌଣସି ଲୋକ ଭିତରକୁ ଯାଇ ପାରିବେ ନାହିଁ ।

ସୂଚନାଯୋଗ୍ୟ, ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୬ ଜଣ ଅନ୍ୟ ହଷ୍ଟେଲରେ ରହି ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ କରାଯାଇଛି ।

ଶୁକ୍ରବାର ଦିନ ଭିସୁଟ୍ ହଷ୍ଟେଲରେ ରହୁଥିବା ୩ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଭିସୁଟ୍‌ର ପୁଲହ ଓ ପୁଲସ୍ଥ୍ୟ ହଷ୍ଟେଲରେ ୩ ଜଣ ଛାତ୍ର କୋଭିଡ୍-୧୯ ସଂକ୍ରମିତ ହୋଇଥିଲେ । ଫଳରେ ଉଭୟ ହଷ୍ଟେଲର ରୁମ୍‌ ନଂ- ୨୧୪,୨୧୭ ଓ ୨୧୮କୁ ସିଲ୍‌ କରିଦିଆଯାଇଥିଲା । ତେବେ ସମ୍ପୃକ୍ତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ୭୨ ଘଣ୍ଟା ପାଇଁ ଆଇସୋଲେସନ୍‌ରେ ରହିବାକୁ ନୋଟିସ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.